29.1 C
Bhubaneswar
Sunday, May 19, 2024
Homeଓଡିଶାପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆ ଦରବୃଦ୍ଧି ବିରୋଧରେ ଓଡ଼ିଶା ବନ୍ଦକୁ ରାଷ୍ଟ୍ରୀୟ...

ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆ ଦରବୃଦ୍ଧି ବିରୋଧରେ ଓଡ଼ିଶା ବନ୍ଦକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସମର୍ଥନ

ଭୁବନେଶ୍ୱର : ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ସଂଗଠନର
ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ରାଜ୍ୟ ସଭାପତି, ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ସଭାପତିତ୍ୱ କରିବା ଅବସରରେ କେନ୍ଦ୍ରର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୪ ଟି ଲେବର କୋର୍ଡ଼ର କାର୍ଯ୍ୟକାରୀ ପ୍ରସ୍ତାବକୁ ସଂପୂର୍ଣ୍ଣ ବିରୋଧ କରିଥିଲେ । ଉକ୍ତ ଲେବର କୋର୍ଡ଼ରେ ପ୍ରବାସୀ ଶ୍ରମିକମାନଙ୍କର ମୂଳ ଦରମାକୁ ମଧ୍ୟ କମ୍ କରାଯାଇଛି ।
ଟ୍ରେଡ଼ ୟୁନିଅନର ଅଧିକାରକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଟ୍ରେଡ଼ ୟୁନିଅନମାନଙ୍କ ସ୍ୱିକୃତି କରଣକୁ ମଧ୍ୟ ଭିନ୍ନ ରୂପ ଦେଇଛନ୍ତି । ଯାହାଦ୍ୱାରା ନୂତନ ପ୍ରସ୍ତାବରେ ଅନ୍ୟୁନ୍ୟ ୫୧% କୁ କମ୍ ଭୋଟ୍ ପାଇଲେ କୌଣସି ସଂଗଠନକୁ ସ୍ୱିକୃତି ପ୍ରଦାନ କରାଯିବ ନାହିଁ । ୩୦୦ ରୁ କମ୍ ଶ୍ରମିକ ଥିବା ଅନୁଷ୍ଠାନକୁ ମାଲିକ ସରକାରଙ୍କ ବିନା ଅନୁମତିରେ ବନ୍ଦ କରିପାରିବେ । ଏହି ୪ଟି ଲେବର କୋର୍ଡ଼କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ସଂପୂର୍ଣ୍ଣ ବିରୋଧ କରୁଛି । କୃଷି ଶ୍ରମିକ ଓ କୃଷକ ମାନଙ୍କ ଧର୍ମଘଟକୁ ମଧ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆନ୍ଦୋଳନକୁ ଦୃଢ଼ ଭାବେ ସମର୍ଥନ କରାଗଲା । ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ପଞ୍ଜିକରଣ,
ନବିକରଣ, ସହାୟତା ପ୍ରଦାନ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲେବର କମିଶନର ଓ ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା
ବକେୟା ପାଉଣା ଓ ବିଭିନ୍ନ ସରକାରୀ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ଉଦ୍ଦେଶ୍ୟରେ ଆସନ୍ତା ତା. ୦୨.୦୩.୨୦୨୨୧ ରିଖ
ସମଗ୍ର ରାଜ୍ୟର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ଗୃହିତ ହେଲା । ସମଗ୍ର ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦରବୃଦ୍ଧିକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆଜିର କାର୍ଯ୍ୟକାରିଣୀରେ ଦୃଢ଼ ବିରୋଧ କରାଯିବା ସହିତ ଆସନ୍ତାକାଲି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ବିରୋଧିରେ କଂଗ୍ରେସ ଦଳ ତରଫରୁ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ତରଫରୁ ସମର୍ଥନ ସହିତ ଆନ୍ଦୋଳନରେ ସାମିଲ ହେବାକୁ ଘୋଷଣା କରିଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ
ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଉପସଭାପତି – ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ସନ୍ଧ୍ୟା ମହାପାତ୍ର, ସାଧାରଣ ସଂପାଦକ – କିଶୋର ଜେନା, କୋଷାଧ୍ୟକ୍ଷ – ଧରଣୀଧର ସ୍ୱାଇଁ, ସଭାନେତ୍ରୀ – ପ୍ରଣତି ମିଶ୍ର, ଯୁବ ସଭାପତି- ସତ୍ୟବ୍ରତ ନାୟକ, ଯୁଗ୍ମ ସାଧାରଣ ସଂପାଦକ – ଅକ୍ଷୟ କୁମାର ତ୍ରିପାଠୀ, ପରେଶ ଜେନା, ମୁକ୍ତାର ଖାଁ, ପିତବାସ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ସୁକୁମାର ଦେଓ, ଫକିର ଚରଣ ଖଟୁଆ, ସିଲି ସେଠୀ, ସୁଜିତ ପାତ୍ର, କର୍ଣ୍ଣରାଜ ପ୍ରଧାନ, ଜନର୍ଦ୍ଦାନ ଦେହୁରି, ଏଲିସ୍ ମିଞ୍ଜି, ଭୋକାଲି ସେଠୀ, ରୁନା ନାୟକ, ଅଯୋଧ୍ୟା ସାହୁ, ମହେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking