28.1 C
Bhubaneswar
Sunday, September 8, 2024
Homeଅପରାଧପ୍ରେମିକ ସହ ମିଶି ସ୍ୱାମୀକୁ ନିଶା ଦେଇ ନିର୍ଦ୍ଧୁମ ଛେଚିଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀକୁ ନିଶା ଦେଇ ନିର୍ଦ୍ଧୁମ ଛେଚିଲା ସ୍ତ୍ରୀ

ଯାଜପୁର : ପରକିୟା ପ୍ରୀତିର କରୁଣ ପରିଣତି। ସ୍ୱାମୀକୁ ନିଶାଦେଇ ଘର ଭିତରେ ବାନ୍ଧି ରଖିଲା, ପ୍ରେମିକ ସହ ମିଶି ନିର୍ଦ୍ଧୁମ ଛେଚିଲା ସ୍ତ୍ରୀ । ଶେଷରେ ଦରମରା ଅବସ୍ଥାରେ ସୁଯୋଗ ଦେଖି ଘରୁ ଚମ୍ଫଟ ମାରି ଥାନାରେ ପହଞ୍ଚିଗଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବଡକଇଁଚି ନିକଟ ବାଲିସାହି ଗାଁରେ। ଖବର ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡକଇଁଚି ନିକଟ ବାଲିସାହି ଗାଁର ଅମୂଲ୍ୟ କୁମାର ଗୁରୁ । ଯିଏକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଗତ ୨୦୦୦ ମସିହାରେ ଅମୂଲ୍ୟ ଧାମନଗର ନିକଟ କଲ୍ୟାଣୀ ଗାଁର ଗୋକୁଳି ଦାସଙ୍କ ଝିଅ ବିଜୟଲକ୍ଷ୍ମୀ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ଆରାମରେ ଚାଲିବା ପରେ ସ୍ଵାମୀ ଚାକିରିକୁ ଚାଲି ଯାଇଥିଲେ। ଏହି ସୁଯୋଗରେ ବିଜୟଲକ୍ଷ୍ମୀ ବରୀ ରାମଚନ୍ଦ୍ରପୁର ଅଞ୍ଚଳର ବିକାଶ ବିଶ୍ବାଳ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ।

ସ୍ବାମୀ ଚାକିରୀରୁ ଫେରିବା ପରେ ଏ କଥା ଜାଣି ପ୍ରତିବାଦ କରିଥିଲେ। ମାତ୍ର ବିଜୟଲକ୍ଷ୍ମୀ ସ୍ବାମୀକୁ ଖାତିର ନକରି ସେ ଯୁବକ ସହିତ ସଂପର୍କ ରଖି ଆସୁଥିଲେ। ତେବେ ଗତ ପ୍ରଥମ ରଜ ରାତିରେ ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ କରିବା ପରେ ନିଜ ଭଉଣୀ, ପ୍ରେମିକ ବିକାଶ ଓ ନିଜ ପୁଅ ଆଶୁତୋଷ ସହ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଅମୂଲ୍ୟ ଚେତା ଫେରିବା ପରେ ନିଜେ ଘରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ଅମୂଲ୍ୟଙ୍କ ଝିଅ ସ୍ୱାଗତିକା ମାମୁଁ ଘରୁ ଫେରିବା ପରେ ଅମୂଲ୍ୟଙ୍କୁ ଖୋଲିଦେଇଥିଲେ ସ୍ତ୍ରୀ ବିଜୟଲକ୍ଷ୍ମୀ । ଏହାପରେ ସେ ନିଜେ ଦୁର୍ଘଟଣା ଘଟାଇ ଏପରି ଅବସ୍ଥାରେ ପଡିଛନ୍ତି ବୋଲି ନିଜ ଝିଅ ଆଗରେ ସଫେଇ ଦେଇଥିଲେ ବିଜୟଲକ୍ଷ୍ମୀ। ତେବେ ଅମୂଲ୍ୟ ମଧ୍ୟ ଚୁପ୍‌ଚାପ ରହିଯାଇଥିଲେ। ରାତିର ସମସ୍ତେ ଶୋଇ ପଡିବା ପରେ ଅମୂଲ୍ୟ ଛାତ ଉପର ଦେଇ ଘରୁ ବାହାରି କୁଆଖିଆ ଥାନାରେ ପହଞ୍ଚିବା ପରେ ଘଟଣା ସବୁ ପଦାକୁ ଆସିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking