କୌଣସି ଲୋକକୁ ଥଟ୍ଟାରେ ହେଉ ବା ସାଙ୍ଗ ହିସାବରେ ହେଉ ଅପଶବ୍ଦ ପ୍ରୟୋଗ କରିବା ଅନୁଚିତ୍ । ମିତ୍ର ପାଖରେ ଗୁପ୍ତ ବିଷୟ ଲୁଚାଇବା ଓ ମିତ୍ରର ଗୁପ୍ତ କଥା କେଉଁଠାରେ ପ୍ରକାଶ କରିବା ଅନୁଚିତ୍ ।।
ସହନଶୀଳତା ଏକ ମୂଲ୍ୟବାନ ଗୁଣ ଅଟେ, କିନ୍ତୁ ନିଜର ଆତ୍ମସମ୍ମାନ କୁ ହଜେଇ ଦେଇ ସହିଲେ ମୃତ୍ୟୁ ସାଙ୍ଗରେ ସମାନ ହୋଇଥାଏ, ସମସ୍ତଙ୍କୁ ସମ୍ମାନ ଦିଅ ବହୁତ ଭଲ କଥା, କିନ୍ତୁ ନିଜର ଆତ୍ମସମ୍ମାନକୁ ବଞ୍ଚେଇ ରଖ, ତାଠୁ ଆହୁରି ଭଲ କଥା। ତେଣୁକରି ନିଜର ଚିନ୍ତା ଓ ପରିସ୍ଥିତିକୁ ଇଶ୍ୱରଙ୍କ ବ୍ୟତୀତ ଅନ୍ୟ କାହାରି ଆଗରେ କହିବା ଉଚିତ୍ ନୂହେଁ ll
ପୋଲ ଓ କାନ୍ଥ ଉଭୟଙ୍କ ନିର୍ମାଣରେ ଗୋଟିଏ ପ୍ରକାର ସମାଗ୍ରୀ ଲାଗିଥାଏ ଯାହାକି ପୋଲ ଲୋକଙ୍କୁ ଯୋଡିବାରେ କାମ କରୁଥାଏ ଓ କାନ୍ଥ ଲୋକଙ୍କୁ ଅଲଗା କରିବାରେ କାମ କରୁଥାଏ। ମନୁଷ୍ୟକୁ ଭଗବାନ ଗୋଟିଏ ପ୍ରକାର ବନେଇଛନ୍ତି କିଏ କେମିତି ବ୍ୟବହାର କରୁଥାଏ ଏହା ତାହାରି ସଂସ୍କାର ଉପରେ ନିର୍ଭର କରିଥାଏ ll
ମୂଲ୍ୟ ବସ୍ତୁରେ ନ ଥାଏ କେବଳ ଆମର ଆବଶ୍ୟକତା ହିଁ ତାହାକୁ ମୂଲ୍ୟବାନ କରଦିଏ ସେଥିପାଇଁ ଆବଶ୍ୟକତାକୁ ଉଦ୍ଭାବନର ଜନନୀ ବୋଲି କୁହାଯାଏ ll
ଟଙ୍କାର ମହତ୍ତ୍ବ ଆଜି ଏତେ ବଢ଼ିଯାଇଛି ଯେ ପାଖରେ ଥିଲେ ପର ବି ଆପଣାର କରିନେଉଛନ୍ତି, ଆଉ ପାଖରେ ନ ଥିଲେ ଆପଣାର ବି ପର କରିଦେଉଛନ୍ତି।
କେହି କେବେ ନିଜ ଇଛାରେ ବଦଳି ନଥାଏ,ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ।*
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ,ତାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ,ବିଜ୍ଞାନର ଯେତେ ଉନ୍ନତି ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ,ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ କେବଳ ଭୟାଳୁ ଏବଂ ଶକ୍ତିହୀନ ବ୍ୟକ୍ତି ହିଁ ଭାଗ୍ୟକୁ ଅନୁସରଣ କରିଥାନ୍ତି।କର୍ମଠ ବ୍ଯକ୍ତି ନିଜ କର୍ମ କରି ସଫଳତା ପ୍ରାପ୍ତ କରିଥାନ୍ତି।*
ସ୍ୱାଭିମାନ ସହିତ ବଞ୍ଚନ୍ତୁ ଏବଂ କାହାରି ସ୍ୱାଭିମାନ ପ୍ରତି କୁଠାରଘାତ କରନ୍ତୁ ନାହିଁ କାରଣ ସ୍ୱାଭିମାନ ହିଁ ମନୁଷ୍ୟର ପ୍ରକୃତ ପରିଚୟ।
ଅଦ୍ୟ ଫେବୃଆରୀ ମାସ ୧୩ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ପ୍ରତିପଦ ରାତ୍ର ଘ ୦୮/୩୧ ଗତେ ଦ୍ଵିତୀୟା
ନକ୍ଷତ୍ର- ମଘା ରାତ୍ର ଘ୦୯/୫୫ ଗତେ ପୂର୍ବାଫା
ଚନ୍ଦ୍ର – ସିଂହ
ଯୋଗ- ଶୋଭନ
କରଣ – ବାଳବ
ସୌରମାସ- କୁମ୍ଭ ୦୨ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୦୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୦୮
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୦୮/୩୧ ଗତେ ଉତ୍ତରେ
ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୪ ଗତେ ଘ୦୫/୪୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୧୨/୫୫ ଗତେ ଘ୦୩/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୫୫ ମଧ୍ୟେ ଓ ଦିବା ଘ୧୧/୦୬ ଗତେ ଘ୦୧/୩୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପାଣି କଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
✧═════•❁❀❁•═════
ବୃଷ
:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*
✧═════•❁❀❁•═════
ମିଥୁନ
:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
✧═════•❁❀❁•════
କର୍କଟ
:-ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*
✧═════•❁❀❁•═════
ସିଂହ
:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।*
✧═════•❁❀❁•═════
କନ୍ୟା
:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।*
✧═════•❁❀❁•═════
ତୁଳା
:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
✧═════•❁❀❁•═════
ବିଛା
:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।*
✧═════•❁❀❁•═════
ଧନୁ
:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
✧═════•❁❀❁•═════
ମକର
:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
✧═════•❁❀❁•═════
କୁମ୍ଭ
:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।*
✧═════•❁❀❁•═════
ମୀନ
:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।