24.1 C
Bhubaneswar
Friday, March 14, 2025
Homeଆନ୍ତର୍ଜାତୀୟ ମହିଳା ଦିବସ 2024ଅନ୍ତର୍ଜାତୀୟ ମହିଳା ଦିବସ

ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ ହେଉଛି ସମାଜରେ ମହିଳାମାନଙ୍କୁ ସମାନ ଅଧିକାର ଦେବା ଏବଂ ସମାଜରେ ସେମାନଙ୍କୁ ପ୍ରୋତ୍ସାହିତ କରିବା । ପ୍ରତ୍ୟେକ ଦେଶରେ ଏହି ଦିନକୁ ବିଭିନ୍ନ ଉପାୟରେ ପାଳନ କରାଯାଏ । ମହିଳାମାନଙ୍କର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ସଫଳତାକୁ ଏହି ଦିନ ସ୍ମରଣ କରାଯାଏ । ଅଧିକାଂଶ ଲୋକ ଏହି ଦିନ ମହିଳାମାନଙ୍କୁ ଫୁଲ ଏବଂ ଉପହାର ଦିଅନ୍ତି । ଅନେକ ଦେଶରେ ଏହି ଦିନଟିକୁ ଛୁଟିଦିନ କରାଯାଏ, ମହିଳାମାନେ ଏହି ଦିନ ସ୍କୁଲ, କଲେଜ, ଅଫିସରେ କାମ କରନ୍ତି ନାହିଁ । କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଅନ୍ତର୍ଜାତୀୟ ମହିଳା ଦିବସ ସହିତ ଜଡିତ । ଆମେରିକାରେ ସୋସିଆଲିଷ୍ଟ ପାର୍ଟିର ଆହ୍ବାନରେ ଏହି ଦିବସ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା। ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ବ ମହିଳା ସମାବେଶର ଆୟୋଜନ କରାଗଲା। ସେହିଠାରେ ସମ୍ମିଳିତ ସମସ୍ତଙ୍କ ସଦସ୍ୟଙ୍କ ସହମତି କ୍ରମେ ବିଶ୍ବ ମହିଳା ଦିବସର ଅବଧାରଣା କରାଗଲା। ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking