25.1 C
Bhubaneswar
Tuesday, November 26, 2024
Homeଓଡିଶାଓଡ଼ିଶାରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ଏକାଡେମୀ :ଏଆଇଏଫ୍‌ଏଫ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କଲେ ସରକାର

ଓଡ଼ିଶାରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ଏକାଡେମୀ :ଏଆଇଏଫ୍‌ଏଫ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କଲେ ସରକାର

ଭୁବନେଶ୍ୱର : ଭୁବନେଶ୍ୱରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ଏକାଡେମୀ । ଏନେଇ ଆଜି ଏଆଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ତୃଣମୂଳସ୍ତରରୁ ଖେଳାଳି ଚୟନ କରି ସ୍ୱତନ୍ତ୍ର ଭାବେ ଏକାଡେମୀରେ କୋଚିଙ୍ଗ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ଅବସରରେ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଆର୍ସେନ ୱିଙ୍ଗର, ସର୍ବଭାରତୀୟ ଫୁଟବଲ୍ ଫେଡେରେସନର ସଭାପତି କଲ୍ୟାଣ ଚୌବେ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ । ବିଶେଷ କରି ରାଜ୍ୟ ଜୁନିୟରସ୍ତରର ଖେଳାଳିମାନଙ୍କୁ ଏଆଇଏଫ୍‌ଏଫ୍ ଫିଫା ଟ୍ୟାଲେଣ୍ଟେ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫିଫା ମୁଖ୍ୟଙ୍କ କହିବା କଥା ଭାରତୀୟ ଖେଳାଳିଙ୍କ ପାଖରେ ପ୍ରତିଭା ଅଛି । ହେଲେ ସେମାନେ କେବେ ବିଶ୍ୱକପ ଫୁଟବଳ ଖେଳିବେ ମୁଁ କହିପାରିବିନି । ମାତ୍ର ଏହି ଏକାଡେମୀ ମାଧ୍ୟମରେ ଆଗାମୀ ତିନିବର୍ଷ ମଧ୍ୟରେ ଅନେକ ଫୁଟବଲ ଖେଳାଳି ଭାରତୀୟ ଟିମ୍‌ରେ ସାମିଲ ହେବେ ଏ ପ୍ରତିଶ୍ରୁତି ମୁଁ ଦେଉଛି ।

ଭାରତୀୟ ଫୁଟବଳ ସଂଘ ଭୁବନେଶ୍ୱରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ୱରରେ ଯେଉଁଭଳି କ୍ରୀଡା ଭିତ୍ତିଭୂମି ରହିଛି ଏହାଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ । ତେଣୁ ଓଡ଼ିଶା ହେଉଛି କ୍ରୀଡାର ପ୍ରଥମ ପସନ୍ଦର ଜାଗା । ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ ନିର୍ମାଣ କରିଛନ୍ତି । ଏଆଇଏଫ୍‌ଏଫ୍ ଫିଫା ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ୱରରେ ଥିବା ୭ମ ବାଟାଲିଆନରେ ରହିଛି । ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ଓ ୧୭ ବର୍ଷରୁ କମ ବୟସ ବର୍ଗର ଖେଳାଳି ଚୟନ କରାଯିବ । ସୂଚନାଯୋଗ୍ୟ, ଭୁବନେଶ୍ୱରେ ଏହି ଉଚ୍ଚାଭିଳାଷୀ ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଉଥିବାରୁ ଗତ ନଭେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଖୁସି ଜାହିର କରିଥିଲେ । ଫୁଟବଲର ଉନ୍ନତି ତଥା ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ସବୁପ୍ରକାର ସାହାଯ୍ୟ ସହଯୋଗ କରିବାକୁ ବଦ୍ଧ ପରିକର ।

ଆମ ଫୁଟବଲରଙ୍କୁ ସବୁପ୍ରକାର ତଥା ଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏଆଇଏଫ୍‌ଏଫ୍ ସହିତ ସାଥି ହୋଇ ଆମେ କାର୍ଯ୍ୟ କରୁଛୁ । ଏହି ଏକାଡେମୀ ଫୁଟବଲର ଉନ୍ନତି, ପ୍ରତିଭା ଚିହ୍ନଟ ଓ ତା’ର ବିକାଶରେ ଦୃଷ୍ଟାନ୍ତମୂଳକ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ୩ଟି ଉଚ୍ଚକୋଟୀର ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଥିଲେ । ଏଗୁଡିକ ହେଲା ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଏରିନା ଫୁଟବଲ । ଏହାକୁ ବାଦ୍ ଦେଲେ ରାଜ୍ୟରେ ଏକାଧିକ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ପାଇଥିବା ଭୁବନେଶ୍ୱରରେ ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି । ଆଜି ମଧ୍ୟ ୨୦୨୭ ଏଏଫ୍‌ସି ଏସିଆନ କପ୍ ଓ ୨୦୨୬ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking