20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆଜିଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ଆଜିଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମାମଲା ହ୍ରାସ ହେବା ଯୋଗୁଁ କେନ୍ଦ୍ର ସରକାର ଅର୍ନ୍ତଜାତୀୟ ବିମାନ ସେବାକୁ ପୁଣି ଆରମ୍ଭ କରିବାକୁ ନିସ୍ପତି ନେଇଛନ୍ତି । ଆଜି ଠାରୁ ଏହି ସେବା ଆରମ୍ଭ ହେବ । ମହାମାରୀ କରୋନ ଯୋଗଁ ଗତ ୨ବର୍ଷ ହେବ ଅର୍ନ୍ତଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଯାଇଥିଲା । ତେବେ ଜୁଲାଇ ୨୦୨୦ଠାରୁ ଏୟାର ବବଲ ବ୍ୟବସ୍ଥା ଅନୁସାରେ ଭାରତ ଓ ୩୭ଟି ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନସେବାରେ ସଞ୍ଚାଳନ ହେଉଛି ।

ନୂଆ ଆଦେଶ ଅନୁସାରେ ଏୟାର ବବଲ ବ୍ୟବସ୍ଥା ବି ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରକାଶ କରିଛନ୍ତି । ବେସାମରୀକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁସାରେ ଏବେ ମଧ୍ୟ ଯାତ୍ରୀଙ୍କୁ ବିମାନବନ୍ଦର ବା ବିମାନରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହେବ । କରୋନା ମାମଲା କମୁଥିବାରୁ ଏବେ ଚାଳକ ଦଳର ସଦସ୍ୟଙ୍କ ପାଇଁ ଏକ ପୂର୍ଣ୍ଣ ପିପିଇ କିଟ୍ ପିନ୍ଧିବାର ଆବଶ୍ୟକତାକୁ ସମାପ୍ତ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking