41.1 C
Bhubaneswar
Tuesday, April 30, 2024
Homeଓଡିଶାଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

ରାଜନଗର : ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ। ପର୍ଯ୍ୟଟକ ମାନଙ୍କ ପାଇଁ ୩ମାସ ବନ୍ଦ ରହିବ ଭିତରକନିକା । ମେ ୧ ତାରିଖ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିବ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ । ଏହି ପ୍ରଜନନ ଋତୁ ସମୟରେ ବଉଳା କୁମ୍ଭୀର ପ୍ରଜନନ କରି ଅଣ୍ଡା ଦାମନ ପ୍ରକ୍ରିୟା ଶେଷ କରିଥାନ୍ତି । ନଦୀ କୂଳଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି କୁମ୍ଭାର । ଏଠାରେ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠାରୁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ କରାଯାଇଛି । ଏପରିକି ଭିତରକନିକାର ଡାଙ୍ଗମାଳ ଓ ରଗଡ଼ପତି ବନାଞ୍ଚଳରେ ବି ପ୍ରତବନ୍ଧକ ଲାଗିଛି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଜଙ୍ଗଲୁ କାଠ ଓ ମହୁ ସଂଗ୍ରହ ଲାଗି ଯିବା ପାଇଁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking