33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମେକ୍ସିକୋ ରାଜଧାନୀରେ ଆତତାୟୀର ଗୁଳି ବର୍ଷଣ: ୧୮ ମୃତ, ଏକାଧିକ ଗୁରୁତର

ମେକ୍ସିକୋ ରାଜଧାନୀରେ ଆତତାୟୀର ଗୁଳି ବର୍ଷଣ: ୧୮ ମୃତ, ଏକାଧିକ ଗୁରୁତର

ମେକ୍ସିକୋ : ଅତର୍କିତ ଗୁଳିକାଣ୍ଡ ପରମ୍ପରା ଏବେ ଆମେରିକାରୁ ବାହାରି ପଡୋଶୀ ଦେଶ ମେକ୍ସିକୋରେ ମଧ୍ୟ ଦେଖିବାକୁ ମିଳିଲାଣି । ଆଜି ମେକ୍ସିକୋରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସ୍ଥାନୀୟ ସମୟ ସକାଳେ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟି ହଲରେ ଜଣେ ଦୁର୍ବୃତ୍ତର ଅତର୍କିତ ଗୁଳିମାଡରେ ୧୮ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କାରଯାଇଛି। ଦୁର୍ବୃତ୍ତ ଗିରଫ ହୋଇସାରିଥିବା ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥଲେ ସୁଦ୍ଧା ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଆକ୍ରମଣ ପାଇଁ କେହି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ସରକାରୀ ଭାବେ ମଧ୍ୟ କିଛି ପ୍ରକାଶ କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇସାରିଥିବା ବେଳେ ଅନ୍ୟ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ପୋଲିସ ମଧ୍ୟ ହାଇଆର୍ଲଟ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking