33.1 C
Bhubaneswar
Friday, May 17, 2024
Homeବ୍ରେକୀଙ୍ଗଇନଷ୍ଟାଗ୍ରାମରେ ଆସିଲା ନୂଆ ଫିଚର

ଇନଷ୍ଟାଗ୍ରାମରେ ଆସିଲା ନୂଆ ଫିଚର

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ନେଇଆସିଛି । ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀ ଡିଲେଟ କରିଦେଇଥିବା ପୋଷ୍ଟକୁ ୩୦ ଦିନ ମଧ୍ୟରେ ପୁଣି ରିଷ୍ଟୋର କରିପାରିବେ । ଏହାକୁ ଆପଣ କମ୍ପୁଟର ଟ୍ରାସ କିମ୍ବା ରିସାଇକେଲ ବିନ ଭଳି ମଧ୍ୟ ଧରିନେଇପାରିବେ । ଏଥିପାଇଁ ଇନଷ୍ଟାଗ୍ରାମ ବିଶେଷ ଭାବରେ ରିସେଣ୍ଟଲି ଡିଲେଟେଡ ଫୋଲ୍ଡର ବନାଇଛି । ଯଦି କୌଣସି ଗ୍ରାହକ କିଛି ପୋଷ୍ଟ ଡିଲେଟ କରନ୍ତି, ତେବେ ତାହା ଏହି ରୋଲ୍ଡରରେ ୩୦ ଦିନ ଯାଏଁ ରହିବ । ଏହି ଫିଚର ଦ୍ୱାରା ବ୍ୟବହାରକାରୀ ଅନେକ ଉପକାର ପାଇବେ । ଡିଲେଟ କରିଥିବା ପୋଷ୍ଟକୁ ରିଭ୍ୟୁ କରିବା ପାଇଁ ସେମାନଙ୍କୁ ସୁଯୋଗ ମିଳିବ । ଏହାପରେ ସେହି ପୋଷ୍ଟକୁ ସବୁଦିନ ପାଇଁ ଡିଲିଟ କିମ୍ବା ରିଷ୍ଟୋର କରାଯାଇପାରିବ । ଫଟୋ, ଭିଡିଓ, ରିଲ, ଆଇଜିଟିଭି ଭଇଡିଓ, ଷ୍ଟାରେଜ ଡିଲିଟ ହେବା ପରେ ରିସେଣ୍ଟଲି ଡିଲିଟେଡ ଫୋଲ୍ଡରରେ ରହିବ । ଯଦି ଡିଲିଟେଡ ଷ୍ଟୋରେଜ କଥା କହିବା, ଡିଲିଟ କରିବା ପରେ ରିସେଣ୍ଟଲି ଡିଲିଟେଡ ଫୋଲ୍ଡରରେ କେବଳ ୨୪ ଘଣ୍ଟା ପାଇଁ ରହିବ । ୩୦ ଦିନ ପରେ ପୋଷ୍ଟ ରିସେଣ୍ଟଲି ଡିଲିଟେଡ ଫୋଲ୍ଡରରୁ ଅଟୋମେଟିକାଲି ସବୁଦିନ ପାଇଁ ଡିଲିଟ ହୋଇଯିବ । ଯେତେବେଳେ ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବ, ସେ ସମୟରେ ଏହା ଅଲେକ ମାତ୍ରାରେ ଉପଯୋଗୀ ହୋଇପାରିବ । ଇନଷ୍ଟାଗ୍ରାମ ଆହୁରି ମଧ୍ୟ କହିଛି, ପୋଷ୍ଟ ଡିଲିଟ ନେଇ ଏକ୍ସଟ୍ରା ପ୍ରୋଟେକ୍ସନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking