37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶନ୍ୟାୟାଧୀଶଙ୍କ ଅନ୍ୟାୟ; ମହିଳାଙ୍କୁ କହିଲେ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଅ...!

ନ୍ୟାୟାଧୀଶଙ୍କ ଅନ୍ୟାୟ; ମହିଳାଙ୍କୁ କହିଲେ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଅ…!

ନୂଆଦିଲ୍ଲୀ: ଜଜ୍‌ଙ୍କ ନାଁରେ ରୁଜୁ ହେଲା ମାମଲା । ନ୍ୟାୟଧିଶଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ତାହା ପୁଣି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ । ଆଉ ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ଜଣେ ପୀଡ଼ିତା ନ୍ୟାୟ ପାଇଁ ଜଜ୍‌ଙ୍କ ନିକଟକୁ ଆସିଥିଲେ ସେତେବେଳେ ଜଜ୍ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ଗ୍ୟାଙ୍ଗରେପ୍‌ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍‌?ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ ପକ୍ଷରୁ ମଧ୍ୟ କୁହାଯାଇଛି । ତେବେ ଏହି ଘଟଣା ପରେ ହିଣ୍ଡାଉନ୍ ସହରର ଜୁଡିସିଆଲ ମାଜିଷ୍ଟ୍ରେଟ୍ ରବିନ୍ଦ୍ର କୁମାରଙ୍କ ନାଁରେ ସେକ୍ସନ୍ ୩୪୫ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଖାଲି ସେତିକି ନୁହେଁ ଯୁବତୀ ଜଣକ ଏସି/ଏସ୍‌ଟି ହୋଇଥିବାରୁ ଆଟ୍ରୋସିଟ୍ ମାମଲା ମଧ୍ୟ ଜଜ୍‌ଙ୍କ ନାଁରେ ଯୋଡ଼ି ହୋଇଛି । ତେବେ ପୀଡ଼ିତା ଜଣକ ଆହୁରି କହିଛନ୍ତି, ‘ମୋତେ ପୋଷାକ ଖୋଲି ଦେହରେ ଥିବା କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ ଜଜ୍ । ଯାହାକି ମୋ ପାଇଁ ଅସହଜ ଥିଲା । ଯଦି ସେଠାରେ କେହି ମହିଳା ଜଜ୍ ଉପସ୍ଥିତ ଥାନ୍ତେ ତାହାଲେ ବୋଧହୁଏ ମୋତେ ପୋଷାକ ଖୋଲି ଦେଖାଇବା ପାଇଁ ଏତେ ଅସହଜ ଲାଗିନଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking