27.1 C
Bhubaneswar
Friday, March 29, 2024
Homeଓଡିଶାଆହତ ନାଗସାପ ଉଦ୍ଧାର

ଆହତ ନାଗସାପ ଉଦ୍ଧାର

ମୟୂରଭଞ୍ଜ: ପୋଲିସ- ନାଗ ମୁହାଁମୁହିଁ। ଉଭୟ ଭୟଭୀତ।ମାତ୍ର ଆତ୍ମରକ୍ଷା ପାଇଁ ଥାନା ପରିସରରେ ପହଞ୍ଚିଥିଲା ଆହତ ଅବସ୍ଥାରେ ବିଷାକ୍ତ ନାଗସାପ। ହେଲେ ବିଷାକ୍ତ ନାଗସାପକୁ ଦେଖି ଭୟରେ ଛାନିଆଁ ସମସ୍ତେ। ପରେ ସୁରକ୍ଷିତ ଭାବେ ଥାନା ଭିତରୁ ଉଦ୍ଧାର ହେଲା ବିଷାକ୍ତ ନାଗସାପ। ଏପରି ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ପରିସରରେ। ତେବେ ଥାନାର ଜଣେ କର୍ମଚାରୀ ଏହି ସାପଟିକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବରପାଇ ଅଭିଜ୍ଞ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବେ ଆହତ ନାଗସାପ ଦେହରେ ଆଘାତ ଲାଗିଥିବା ଦେଖିବାକୁ ପାଇ କ୍ଷତ ସ୍ଥାନରେ ଔଷଧ ଲଗାଇ ଦେବା ସହ ଉଦ୍ଧାର ନାଗସାପଟିକୁ ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking