22.1 C
Bhubaneswar
Wednesday, January 29, 2025
Homeକରୋନାଆଜି ଦେଶରେ ସାମାନ୍ୟ ଖସିଲା ସଂକ୍ରମଣ, ଦିନକରେ ୧୧,୬୯୨ ନୂଆ ସଂକ୍ରମିତ

ଆଜି ଦେଶରେ ସାମାନ୍ୟ ଖସିଲା ସଂକ୍ରମଣ, ଦିନକରେ ୧୧,୬୯୨ ନୂଆ ସଂକ୍ରମିତ

ନୂଆଦିଲ୍ଲୀକୋରୋନାକୁ ନେଇ ଦେଶବାସୀଙ୍କ ମନରେ ଛନକା । ଦିନେ ବଢିଲେ ଦିନେ କମୁଛି ସଂକ୍ରମଣ । ଗତ କିଛି ଦିନ ହେବ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ଦେଶବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାରି ଭିତରେ ଗତକାଲିର ସଂକ୍ରମିତ ମାମଲା ଠାରୁ ଆଜି ଖସିଛି ସଂଖ୍ୟା । ଗତକାଲି ୧୨ ହଜାର ୮୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୬୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗୁରୁବାର ଠାରୁ ୭ ପ୍ରତିଶତ କମ ରହିଛି । ଯାହାଫଳରେ ଭାରତରେ ସମୁଦାୟ କୋରୋନା ଆକ୍ଟିଭ ମାମଲା ଏବେ ୬୬,୧୭୦କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ପୁଣି ୨୮ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୨୫୮ରେ ପହଞ୍ଚିଛି । ତେବେ ୨୮ଜଣ ମୃତକଙ୍କ ମଧ୍ୟରୁ ୯ଜଣ କେରଳର ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋରୋନା ସଂକ୍ରମଣ ବଢିବା ସହ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜକୁ ମିଶାଇ ଦେଶରେ ସୁସ୍ଥ ସଂଖ୍ୟା ୪,୪୨,୭୨,୨୫୬ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର ୫.୦୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୫.୩୩ ପ୍ରତିଶତ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking