37.1 C
Bhubaneswar
Saturday, May 18, 2024
Homeଖେଳଇଣ୍ଡୋନେସିଆ ଓପନ୍‌: ସେମିରେ ହାରିଲେ ପ୍ରଣୟ

ଇଣ୍ଡୋନେସିଆ ଓପନ୍‌: ସେମିରେ ହାରିଲେ ପ୍ରଣୟ

ଜାକର୍ତ୍ତା : ଭାରତୀୟ ଶଟ୍‌ଲର୍ ଏଚ୍‌ଏସ୍ ପ୍ରଣୟ ସେମିଫାଇନାଲ୍‌ରେ ପରାଜିତ ହୋଇ ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛନ୍ତି । ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍‌ରେ ଚୀନ୍‌ର ଝାଓ ଜୁନ୍ ପେଙ୍ଗ୍ ତାଙ୍କୁ ୨୧-୧୬, ୨୧-୧୫ ସିଧା ଗେମ୍‌ରେ ହରାଇ ଦେଇଛନ୍ତି । ଉନ୍ନତ ପ୍ରଦର୍ଶନ ସହ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଶଟ୍‌ଲର୍ ବିଶ୍ୱର ୧୩ ନମ୍ବର ଖେଳାଳି ଡେନ୍‌ମାର୍କର ରାସ୍‌ମସ୍ ଗେମ୍‌କେଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ । ତେବେ ଜୁନ୍ ପେଙ୍ଗ୍ ତାଙ୍କ ଫାଇନାଲ୍ ଖେଳିବା ଆଶା ଭାଙ୍ଗି ଦେଇଥିଲେ ।

କ୍ୱାର୍ଟର ଫାଇନାଲ୍‌ରେ ପ୍ରଣୟ ମାତ୍ର ୪୦ ମିନିଟ୍ ମଧ୍ୟରେ ଗେମ୍‌କେଙ୍କୁ ୨୧-୧୪, ୨୧-୧୨ ସିଧା ଗେମ୍‌ରେ ହରାଇଥିଲେ । ଡେନିସ୍ ଖେଳାଳିଙ୍କ ବିପକ୍ଷରେ ପ୍ରଣୟ ଉଭୟ ଗେମ୍‌ରେ ଆକର୍ଷଣୀୟ ନିୟନ୍ତ୍ରଣ ରଖି ଖେଳିଥିଲେ । ଏହା ପୂର୍ବରୁ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ସେ ବିଶ୍ୱ ୧୨ ନଂ ଏନ୍‌ଜି କା ଲଙ୍ଗ୍ ଅଙ୍ଗସ୍‌ଙ୍କୁ ସିଧା ଗେମ୍‌ରେ ହରାଇଥିଲେ । ଏହା ଇଣ୍ଡୋନେସିଆ ଓପନ୍‌ରେ ବିଶ୍ୱର ୨୩ ନମ୍ବର ଖେଳାଳିଙ୍କର ଦ୍ୱିତୀୟ ସେମିଫାଇନାଲ୍ ଥିଲା । ପୂର୍ବରୁ ୨୦୧୭ ସଂସ୍କରଣରେ ସେ ଅନ୍ତିମ ୪ରେ ସ୍ଥାନ ହାସଲ କରିଥିଲେ । ସେତେବେଳେ ସେମିଫାଇନାଲ୍ ପ୍ରବେଶ ପୂର୍ବରୁ ବିପର୍ଯ୍ୟୟ ଘଟାଇ ସେ ପୂର୍ବତନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଚେନ୍ ଲଙ୍ଗ ଏବଂ ମାଲେସିଆର ମହାନ୍ ଖେଳାଳି ଲି ଚୋଙ୍ଗ୍ ୱେଇଙ୍କୁ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking