34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶଏହି ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ୱଦେଶି କ୍ୟାନ୍‌ସର ଟିକା

ଏହି ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ୱଦେଶି କ୍ୟାନ୍‌ସର ଟିକା

ଜୟପୁର: ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍‌ସର ଟିକା ପ୍ରସ୍ତୁତ କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ଏହା ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ । ଜୟପୁରସ୍ଥିତ ମହାତ୍ମା ଗାନ୍ଧୀ ମେଡିକାଲ କଲେଜକୁ ‘ଡେଣ୍ଡ୍ରିଟିକ୍ ସେଲ୍‌’ ଟିକା ପ୍ରସ୍ତୁତି ପାଇଁ ଡିସିଜିଆଇର ଅନୁମତି ମିଳିଛି । ଏହି ଟିକା ଦ୍ୱାରା ୫ ପ୍ରକାର କ୍ୟାନ୍‌?ସରର ଚିକିତ୍ସା ସମ୍ଭବ ହେବ । ଏହା ଦେଶର ପ୍ରଥମ ସ୍ୱଦେଶୀ କ୍ୟାନ୍‌ସର ଟିକା ବୋଲି ଦାବି କରାଯାଉଛି । ବଡ଼ କଥା ହେଉଛି ଆମେରିକାରେ କ୍ୟାନ୍‌ସର ଟିକାର ଦାମ ୨୫ରୁ ୫୦ ଲକ୍ଷ ଟଙ୍କା ରହିଥିବା ବେଳେ ଭାରତରେ କ୍ୟାନ୍‌ସରର ପ୍ରକାର ଆଧାରରେ ୧୦ ହଜାରରୁ ୫୦ ହଜାର ଟଙ୍କା ଖର୍ଚ୍ଚରେ ଟିକା ପ୍ରସ୍ତୁତ ହେବ । ଏହି ଟିକା ଉପରେ ଗବେଷଣା କରୁଥିବା ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନ୍େସସ ଆଣ୍ଡ ଟେକ୍ନୋଲୋଜିର ସେଣ୍ଟର ଫର କ୍ୟାନ୍‌ସର ଇମ୍ୟୁନୋଥେରାପି ନିର୍ଦ୍ଦେଶକ ଡା. ଅନିଲ ସୁରୀ କହିଛନ୍ତି, ଏହି ‘ଡେଣ୍ଡ୍ରିଟିକ ସେଲ୍ ଭାକ୍ସିନ୍‌’ ଏକ ଇମ୍ୟୁନୋଥେରାପି ଆଧାରିତ ଟିକା । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ କ୍ୟାନ୍‌ସର କୋଷିକାକୁ ଚିହ୍ନିବା ଏବଂ ନଷ୍ଟ କରିବା ଲାଗି ପ୍ରଭାବୀ କରିଥାଏ।

ଏହି ଭଳିର ଟିକା ଦ୍ୱାରା ପିତ୍ତ କୋଷ, ମୁଣ୍ଡ ଓ ଗଳା ଏବଂ ଗର୍ଭାଶୟ କ୍ୟାନ୍‌ସରର ଚିକିତ୍ସା କରାଯାଇ ପାରିବ । ଏଥିରେ ପ୍ରଭାବୀ ଫଳ ମିଳିବା ଆଶା କରାଯାଉଛି । ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନ୍େସସରେ ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଥିବା ‘ଡବ୍ଲ୍ୟୁସିଟିସିଆର୍‌ଆଇ-୨୦୨୫’ ସମ୍ମିଳନୀରେ ଏହି ଟିକା ବାବଦରେ ସୂଚନା ଦିଆଯାଇଛି । ସମ୍ମିଳନୀରେ ଦେଶବିଦେଶର କ୍ୟାନ୍‌ସର ସ୍ପେସାଲିଷ୍ଟ ଯୋଗଦେଇଛନ୍ତି । ଟିକା କିଭଳି କାମ କରେ, ସେ ବାବଦରେ ଡା. ଅନିଲ ସୁରୀ କହିଛନ୍ତି, ଏଥିରେ ରୋଗୀର ଶରୀରରୁ ଡେଣ୍ଡ୍ରିଟିକ କୋଷିକାକୁ ବାହାର କରାଯାଏ । ଡେଣ୍ଡ୍ରିଟିକ ସେଲ୍ ହେଉଛି ପ୍ରତିରୋଧକ ବ୍ୟବସ୍ଥାରେ ଥିବା ଶ୍ୱେତ ରକ୍ତ କଣିକା (ହ୍ୱାଇଟ ବ୍ଲଡ୍ ସେଲ୍‌)ର ଏକ ପ୍ରକାର । ଏହା ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking