30.1 C
Bhubaneswar
Wednesday, June 26, 2024
Homeଓଡିଶାପାକିସ୍ତାନକୁ ପୁଣି ଭାରତର ଶକ୍ତିଶାଳୀ ବାର୍ତ୍ତା

ପାକିସ୍ତାନକୁ ପୁଣି ଭାରତର ଶକ୍ତିଶାଳୀ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଥମେ ନିଜ ଘରକୁ ଠିକ କର ତାପରେ ଭାରତ ଉପରେ ଆଙ୍ଗୁଳି ଉଠାଇବ । ମିଳିତ ଜାତିସଂଘ ଫୋରମରୁ ଭାରତ ପାକିସ୍ତାନକୁ ପୁଣି ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି । ବିଶ୍ୱର ବିଭିନ୍ନ ଫୋରମରେ କାଶ୍ମୀର ପ୍ରସଂଗକୁ ନେଇ ସମାନ କଥା କହୁଛି ପାକିସ୍ତାନ । କିନ୍ତୁ ଭାରତକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜ ଘରକୁ ଠିକ କର ବୋଲି ଜାତିସଂଘର ମାନବିକ ଅଧିକାର ଅଧିବେଶନରେ ଯୋଗ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟେରୀ ଜଗପ୍ରୀତ କୌର କହିଛନ୍ତି । ୟୁଏନଏସିରେ ଏହିପରି ବାରମ୍ବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରି ରହିବାକୁ ଚେଷ୍ଟା କରିଛନ୍ତି। ଜାହାର ଜବାବରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ପୂର୍ବରୁ ତାଙ୍କ ବିବୃତ୍ତିକୁ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହି କଡା ଜବାବ ରଖିଥିଲେ। ଏବେ ପୁଣି ଭାରତ ଠାରୁ କଡା ଜବାବ ପାଇଛି ପାକିସ୍ତାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking