32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଶେଷ ପର୍ଯ୍ୟାୟରେ ଭାରତର ପ୍ରଥମ ସାମୁଦ୍ରିକ ସୁଡଙ୍ଗ

ଶେଷ ପର୍ଯ୍ୟାୟରେ ଭାରତର ପ୍ରଥମ ସାମୁଦ୍ରିକ ସୁଡଙ୍ଗ

ନୂଆଦିଲ୍ଲୀ : ଭାରତର ପ୍ରଥମ ଅଣ୍ଡର ୱାଟର ଟନେଲ୍ ବା ସାମୁଦ୍ରିକ ସୁଡଙ୍ଗ ଗିରଗାଂବ ପାଖରେ ଆରମ୍ଭ ହୋଇଛି । ଯାହାକି ଆରବ ସାଗର, ଗିରଗାଂବ ଚୌପାଟ୍ଟି ଏବଂ ମାଲାବାର ହିଲ୍ ତଳେ ଉତ୍ତର ଦିଗ ଆଡକୁ ଗତି କରୁଛି । ଏହା ବ୍ରିଚ୍ କ୍ୟାଣ୍ଡି ପାର୍କରେ ଶେଷ ହୋଇଛି । ଏହା ଏକ ୨.୦୭ କିଲୋମିଟର ଲମ୍ବା ଟନେଲ୍ । ମୁମ୍ବାଇର ଏହି ଟନେଲକୁ ବିଏମସି ନିର୍ମାଣ କରୁଛି । ଏହା ୧୨୭୨୧ କୋଟି ଟଙ୍କା ବ୍ୟୟ ବରାଦରେ ମୁମ୍ବାଇ କୋଷ୍ଟାଲ ରୋଡ ପ୍ରକଳ୍ପର ଅଂଶ ଅଟେ । ଏହି ଟନେଲ୍ ବା ସୁଡଙ୍ଗ ୧୦.୫୮ କିଲୋମିଟର ଲମ୍ବା ଏମସିଆରପି ମେରାଇନ୍ ଡ୍ରାଇଭକୁ ବାନ୍ଦ୍ରା-ବର୍ଲି ସମୁଦ୍ର ଲିଙ୍କ୍ ସହିତ ସଂଯୋଗ କରୁଛି ଏବଂ ଏହା କେବଳ କୋଷ୍ଟାଲ୍ ରୋଡ୍ ପ୍ରକଳ୍ପର ଏକ ଅଂଶ । ଏହି ଟନେଲ ନିର୍ମାଣ ପରେ ଗିରିଗାମ୍ ଠାରୁ ବର୍ଲି ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇବ ଏବଂ ୪୫ ମିନିଟର ରାସ୍ତା ମାତ୍ରା ୧୦ ମିନିଟରେ ଶେଷ ହେବ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଟନେଲର ବ୍ୟାସ ୧୨.୧୯ ମିଟର ରହିଛି । ଏହାର ଗଭୀରତା ସମୁଦ୍ର ପତ୍ତନଠାରୁ ୧୭ ରୁ ୨୦ ମିଟର ରହିଛି । ପ୍ରାୟ ୧ କିଲୋମିଟରର ଏକ ଅଂଶ ସମୁଦ୍ର ତଳେ ରଖାଯାଇଛି । ଟନେଲ ତିଆରି ପାଇଁ ଫାଇବର ଗ୍ଲାସ ବ୍ୟବହାର କରାଯାଇଛି । ଏହି ଟନେଲରେ ମାଲାବାର ପାହାଡରେ ୭୨ ମିଟର ଗଭୀରତାରେ ପ୍ରବେଶ ହେବ । ଟନେଲ ଭିତରେ ୬ ଟି କ୍ରସିଂ ଅଛି । ପଥଚାରୀଙ୍କ ପାଇଁ ଚାରୋଟି ରାସ୍ତା ଏବଂ ମୋଟର ସାଇକେଲ ଚାଳକଙ୍କ ପାଇଁ ଦୁଇଟି ରାସ୍ତା ପ୍ରସ୍ତୁତ କରାଯାଇଛି । ଟନେଲରେ ୩.୨ ମିଟରର ତିନୋଟି ଲେନ ରହିଛି । ତେବେ ତୃତୀୟ ଲେନ୍ଟି ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟବହୃତ ହେବ । ଭାରତ ଇତିହାସରେ ସବୁଠୁ ବଡ ଟନେଲ୍ ବୋରିଂ ମେସିନ୍ (ଟିବିଏମ୍‌) ଏପର୍ଯ୍ୟନ୍ତ ବ୍ୟବହୃତ ହୋଇଛି । ଏହାର ଓଜନ ୧୭ ଶହ ଟନରୁ ଅଧିକ ଏବଂ ଏହାର ଲମ୍ବ ପ୍ରାୟ ୧୨ ମିଟର ଅଟେ । ଟନେଲ କାମ ୨୦୨୧ ରେ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking