33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୨ବର୍ଷର ପିଲାକୁ ବି ଜେଲ୍ ପଠାଇଲେ କିମ୍ ଜଙ୍ଗ୍‌, କାହିଁକି ଜାଣନ୍ତୁ....

୨ବର୍ଷର ପିଲାକୁ ବି ଜେଲ୍ ପଠାଇଲେ କିମ୍ ଜଙ୍ଗ୍‌, କାହିଁକି ଜାଣନ୍ତୁ….

ପ୍ୟୋଙ୍ଗୟାଙ୍ଗ : ଉତ୍ତର କୋରିଆରେ ଅତ୍ୟାଚାରର ନୂଆ ରୂପ । ପାଖରେ ବାଇବେଲ ରଖି ଧରାପଡ଼ିଥିବା ଖ୍ରୀଷ୍ଟିୟାନଙ୍କୁ ମୃତ୍ୟୁଦଣ୍ଡର ସାମନା କରିବାକୁ ପଡିଛି । ପିଲାଙ୍କ ସହ ପରିବାରର ଲୋକଙ୍କୁ ବି ଆଜୀବନ କାରାଦଣ୍ଡ ଦିଆଯାଉଛି । ଆମେରିକୀୟ ବିଦେଶ ବିଭାଗର ଏକ ରିପୋର୍ଟରେ ଏହି ଖୁଲାସା କରାଯାଇଛି । ୨୦୨୨ ପାଇଁ ବିଦେଶ ବିଭାଗର ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟର ଅନୁମାନ କି ଉତ୍ତର କୋରିଆରେ ୭୦,୦୦୦ରୁ ଅଧିକ ଖ୍ରୀଷ୍ଟିୟାନ ଓ ଅନ୍ୟ ଧର୍ମର ଲୋକ ଜେଲରେ ବନ୍ଦୀ ଅଛନ୍ତି । ରିପୋର୍ଟରେ ଦାବି କରାଯାଇଛି କି, ଜେଲ୍ ପଠାଯାଇଥିବା ଲୋକଙ୍କ ମଧ୍ୟରେ ବର୍ଷେ ଦୁଇ ବର୍ଷର ପିଲା ମଧ୍ୟ ଥିଲେ , ଯାହାଙ୍କୁ କଥିତ ଭାବେ ତାଙ୍କର ମାତା-ପିତାଙ୍କ ପାଖରୁ ବାଇବେଲ ମିଳିବା ପରେ ଆଜୀବନ କାରାଦଣ୍ଡ ସଜା ଶୁଣାଯାଇ ଥିଲା । ପରିବାରକୁ ତାଙ୍କର ଧାର୍ମିକ ପ୍ରଥା ଓ ବାଇବେଲ ରଖିବା ଅଭିଯୋଗରେ ଗିରଫ କରାଯାଇ ଥିଲା ।

୨ ବର୍ଷିୟ ପିଲାଙ୍କ ସହ ପୂରା ପରିବାରକୁ ୨୦୦୯ରେ ଏକ ରାଜନୀତିକ ଜେଲ୍ ଶିବିରରେ ଆଜୀବନ କାରାଦଣ୍ଡର ସଜା ଶୁଣାଯାଇ ଥିଲା । ଉକ୍ତ ଶିବିରରେ କଏଦ ହୋଇଥିବା ଖ୍ରୀଷ୍ଟିୟାନମାନେ କଠିନ ପରସ୍ଥିତି ଓ ଶାରିରୀକ ଦୁର୍ବ୍ୟବହାରର ବିଭିନ୍ନ ରୂପକୁ ବର୍ଣ୍ଣନା କରିଛନ୍ତି । ରିପୋର୍ଟରେ କୁହାଯାଇଛି , ରାଜ୍ୟ ସୁରକ୍ଷା ମନ୍ତ୍ରାଳୟ ଉଭୟ ଶମାନିକ ଅନୁଗତ ଓ ଖ୍ରୀଷ୍ଟିୟାନଙ୍କ ବିରୋଧରେ ୯୦ ପ୍ରତିଶତ ଡକ୍ୟୁମେଣ୍ଟେଡ୍ ମାନବାଧିକାର ଉଲ୍ଲଙ୍ଘନ ପାଇଁ ଦାୟୀ ଥିଲା । ଉତ୍ତର କୋରିଆରେ ନ୍ୟାୟକୁ ଗତିଶୀଳ କରିବା ଓ ଉତ୍ତରଦାୟିତ୍ୱର ସମର୍ଥନ କରିବାକୁ କାମ କରୁଥିବା ଏକ ନନପ୍ରଫିଟ୍ ସଙ୍ଗଠନ ,କୋରିଆ ଫ୍ୟୁଚରର ଏକ ରିପୋର୍ଟ ଅନୁସାରେ ରାଜ୍ୟ ବିଭାଗର କହିବା ହେଲା କି ଉତ୍ତର କୋରିଆ ସରକାର ସେହି ଲୋକଙ୍କୁ ହଇରାଣ କରୁଛି , ଯିଏ ଧାର୍ମିକ ପ୍ରଥା ସହ ସଂପୃକ୍ତ ଏବଂ ପାଖରେ ଧାର୍ମିକ ବସ୍ତୁ ରଖିଛନ୍ତି , ଧାର୍ମିକ ଲୋକଙ୍କର ସଂପର୍କରେ ଅଛନ୍ତି । ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାରେ , ହେପାଜତକୁ ନିଆଯାଇ ପାରେ , ଆଉ ମଧ୍ୟ କାମ କରିବାକୁ ବାଧ୍ୟ କରାଯାଇ ପାରେ ଓ ପ୍ରତାରିତ କରାଯାଇ ପାରେ , ନିର୍ବାସିତ କରାଯାଇପାରେ , ଜୀବନର ସବୁ ଅଧିକାରରୁ ବଞ୍ଚିତ କରାଯାଇପାରେ ,ନୁହେଁ ତ ଯୌନ ହିଂସାର ଅଧିନ କରାଯାଇ ପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking