23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଭାରତରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ

ଭାରତରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : କେରଳରେ ଗୁରୁବାର ଦେଶର ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରାଯାଇଛିି । ଚାରିଦିନ ପୂର୍ବେ ଏହି ବ୍ୟକ୍ତିିଜଣକ ସଂଯୁକ୍ତ ଆରବ ଏମିରେଟ୍‌ସରୁ କେରଳରେ ପହଞ୍ଚିଥିବାବେଳେ ତାଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ନିମନ୍ତେ ଏହି ବ୍ୟକ୍ତିଙ୍କ ରକ୍ତ ନମୁନା ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି ବୋଲି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ।

ଆକ୍ରାନ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଥିବାବେଳେ ଡାକ୍ତରୀ ଦଳ ନିୟମିତଭାବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନୀରିକ୍ଷଣ କରୁଛନ୍ତି । ବିଦେଶରୁ ଫେରିବାପରେ ଆକ୍ରାନ୍ତ ଜଣକ ବେଶୀ ଲୋକଙ୍କ ସାଙ୍ଗରେ ମିଳାମିଶା କରିନଥିବାରୁ ମଙ୍କିପକ୍ସର ସଂକ୍ରମଣକୁ ନେଇ ଆତଙ୍କିିତ ହେବାର କାରଣ ନାହିଁ ବୋଲି ବୀଣା ଆଶ୍ୱସନା ଦେଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଜ୍ୱର, ମୁଣ୍ଡବିନ୍ଧା ଓ ଥଣ୍ଡା ହୋଇଥାଏ । ପରବର୍ତ୍ତୀ ସମୟରେ ତାଙ୍କ ଶରୀରରେ ହାଡଫୁଟି ଭଳି ଫୋଟକା ବାହାରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking