21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶକାନାଡାବାସୀଙ୍କୁ ଭାରତୀୟ ଭିସା ମନା

କାନାଡାବାସୀଙ୍କୁ ଭାରତୀୟ ଭିସା ମନା

ନୂଆଦିଲ୍ଲୀ: କାନାଡାରେ ବର୍ତ୍ତମାନ ଶିଖ୍ ନେତୃତ୍ୱାଧୀନ ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବା ଏବଂ କାନାଡା ସରକାରଙ୍କ ଭାରତ ବିରୋଧୀ ମନ୍ତବ୍ୟ ଯୋଗୁଁ ଭାରତ ସରକାର ଗୁରୁବାର କାନାଡାର ଅଟାୱାସ୍ଥିତ ଭାରତୀୟ ଦୂତାବାସରେ ଭିସା ଇସ୍ୟୁ କାର୍ଯ୍ୟକୁ ରଦ୍ଦ କରିଛନ୍ତି । ଆଗ୍ରହୀ କାନାଡା ନାଗରିକଙ୍କୁ ଭିସା ଯୋଗାଇବାକୁ ଭାରତୀୟ ଦୂତାବାସ ପକ୍ଷରୁ ଏକ ଘରୋଇ ଫାର୍ମ ବିଏଲ୍‌ଏସ୍ ଇଣ୍ଟରନ୍ୟାସନାଲକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଦୂତାବାସ କର୍ମଚାରୀଙ୍କ ନିରାପତ୍ତା ବିପନ୍ନ ହୋଇପଡିଥିବାରୁ ଭିସା ଇସ୍ୟୁ ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି ।

ତେବେ ଏହି ନିର୍ଦ୍ଦେଶନାମା ଜାରି ହେବାପଽର୍ରୁ ଯେଉଁମାନେ ଭିସା ପାଇଛନ୍ତି, ସେମାନେ ଭାରତ ଆସିପାରିବେ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ଅନ୍ୟ ରାଷ୍ଟ୍ରରେ ବାସ କରୁଥିବା କାନାଡା ନାଗରିକଙ୍କୁ ଭାରତୀୟ ଭିସା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ନିଜ୍ଜର ହତ୍ୟାକାଣ୍ଡରେ ଭାରତୀୟ କୂଟନୀତିଜ୍ଞଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ଦାଖଲ କରିବାକୁ ଭାରତ ଦାବି କରିଥିଲେ ସୁଦ୍ଧା କାନାଡା ସରକାର ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇପାରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking