27.1 C
Bhubaneswar
Saturday, July 27, 2024
Homeଖେଳଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଏସିଆ କପ୍ ରେ ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆ ଏକ ଦିନିକିଆ ସିରିଜ୍ ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ପ୍ରସ୍ତୁତ ରହିଛି। ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରାଯାଇଛି । ସିରିଜର ପ୍ରଥମ ଦୁଇଟି ଦିନିକିଆରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଏହି ଦୁଇଟି ଦିନିକିଆ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ଖେଳାଳି ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ୩ୟ ଦିନିକିଆରେ ରୋହିତ, ପାଣ୍ଡ୍ୟା ଓ ବିରାଟ ଦଳକୁ ଫେରିବେ । ସେପଟେ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର. ଅଶ୍ୱିନ ଦିନିକିଆକୁ ଫେରିଛନ୍ତି। ଅଶ୍ୱିନ ଟେଷ୍ଟ କ୍ରିକେଟରେ ଚମତ୍କାର ବୋଲିଂ କରିଥିଲେ। ଏହାବ୍ୟତୀତ ଋତୁରାଜ ଗାଇକୱାଡଙ୍କୁ ମଧ୍ୟ ସୁଯୋଗ ମିଳିଛି। ଏସୀୟ କ୍ରୀଡ଼ାରେ ମଧ୍ୟ ଗାଇକୱାଡ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ।

ପ୍ରଥମ ୨ଟି ଦିନିକିଆ ପାଇଁ ଭାରତୀୟ ଦଳ :
ଲୋକେଶ ରାହୁଲ (ଅଧିନାୟକ ଓ ୱିକେଟକିପର), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶନ (ୱିକେଟକିପର), ଶାର୍ଦ୍ଦୁଲ ଠାକୁର, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ତୃତୀୟ ତଥା ଅନ୍ତିମ ଦିନିକିଆ ପାଇଁ ଦଳ:
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ରବୀନ୍ଦ୍ର ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ମହମ୍ମଦ ସାମି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking