32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବ୍ରିଟିଶ ସଂସଦରେ ଭାରତ ଝିଅଙ୍କ ବଳିଷ୍ଠ ଭାଷଣ; ମୋ’ ଦେଶ ସବୁଠୁ ସୁରକ୍ଷିତ, ଅନ୍ୟତ୍ର ଯିବାର...

ବ୍ରିଟିଶ ସଂସଦରେ ଭାରତ ଝିଅଙ୍କ ବଳିଷ୍ଠ ଭାଷଣ; ମୋ’ ଦେଶ ସବୁଠୁ ସୁରକ୍ଷିତ, ଅନ୍ୟତ୍ର ଯିବାର ପ୍ରଶ୍ନ ଉଠୁନି

ନୂଆଦିଲ୍ଲୀ : କାଶ୍ମୀରରେ ଜଣେ ସାମାଜିକ କର୍ମୀ ଭାବେ ଦୀର୍ଘ ସମୟ ଧରି ସକ୍ରିୟ ଥିବା ଭାରତର ସାହସୀ ଝିଅ ୟାନା ମିର୍‌ଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି । ଭିଡିଓଟି ବ୍ରିଟେନ୍ ସଂସଦରେ ଆୟୋଜିତ ‘ସଂକଳ୍ପ ଦିବସ’ ପରିପ୍ରେକ୍ଷୀରେ ସେ ଦେଇଥିବା ଭାଷଣ ସମୟର ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ୟାନା ମିର୍ ନିଜ ଭାଷଣ ମାଧ୍ୟମରେ ପାକିସ୍ତାନ୍‌କୁ ତା’ର ଅସଲ ପରିଚୟ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ନିଜ ଦେଶ ଭାରତକୁ ନେଇ ଗର୍ବିତ ଥିବା ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ‘ମୁଁ ପାକିସ୍ତାନର ଝିଅ ମଲାଲା ୟୁସୁଫ୍‌ଜାଇ ନୁହେଁ ଯିଏକି ନିଜକୁ ନିଜ ଦେଶରେ ଅସୁରକ୍ଷିତ ଅନୁଭବ କରିବ ଏବଂ ଅନ୍ୟ ଦେଶକୁ ପଳାୟନ କରିବାକୁ ବାଧ୍ୟହେବ । ମୁଁ ଭାରତର ଝିଅ ଏବଂ ଭାରତରେ ମୁଁ ନିଜକୁ ବେଶ୍ ସୁରକ୍ଷିତ ମଣୁଛି । ମୋ ଦେଶ ଛାଡି ମୁଁ କେବେ ବି କୁଆଡେ ଯିବିନି କିମ୍ବା ଯିବାର ଆବଶ୍ୟକତା ମଧ୍ୟ ନାହିଁ । ମୁଁ ଏଠାରେ ନିଜକୁ ମୁକ୍ତ ଏବଂ ସୁରକ୍ଷିତ ମଣୁଛି । ’ ୟାନା ମିର୍‌ଙ୍କ ଏପ୍ରକାର ଭାଷଣ ସେସବୁ ବିଦେଶୀ ଗଣମାଧ୍ୟମକୁ ଶକ୍ତ ଚାପୁଡା ସଦୃଶ ହୋଇଛି ଯେଉଁମାନେ କାଶ୍ମୀରରେ କାଶ୍ମୀର ସମ୍ପର୍କରେ ନିୟମିତ ଭାବେ ମିଥ୍ୟା ରିପୋର୍ଟ ପ୍ରକାଶ କରୁଛନ୍ତି । ଜମ୍ମୁ କାଶ୍ମୀର ଷ୍ଟଡି ସେଣ୍ଟର (ଜେକେଏସ୍‌ସି)ର ଲଣ୍ଡନ୍ ସ୍ଥିତ ଶାଖା ପକ୍ଷରୁ ବ୍ରିଟେନ୍ ସଂସଦରେ ସଂକଳ୍ପ ଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୟାନା ମିର୍ ଜମ୍ମୁ କାଶ୍ମୀର ଯୁବ ସଂଗଠନ ସହ ଯୋଡି ହୋଇଥିବା ୟାନା ମିର୍‌ଙ୍କୁ ଏହି ଅବସରରେ ନିଜ ଭାଷଣ ରଖିବାର ସୁଯୋଗ ମିଳିଥିଲା ।

ବ୍ରିଟିଶ ସଂସଦରେ ଦେଇଥିବା ଭାଷଣରେ ୟାନା ମିର୍ କହିଛନ୍ତି, କାଶ୍ମୀର ସଦାସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଚିରକାଳ ଯାଏ ଏହା ବଜାୟ ରହିବ । ପାକିସ୍ତାନ ଏଥିରେ ତୃତୀୟ ପକ୍ଷ ଭାବେ ହସ୍ତକ୍ଷେପ କରିବା ବନ୍ଦ କରୁ । ସେହିପରି ବିଦେଶୀ ଗଣମାଧ୍ୟମ ସଂସ୍ଥାଗୁଡିକ ଘଟଣାସ୍ଥଳକୁ ନଯାଇ ହଜାର ହଜାର କିମି ଦୂରରେ ବସି ଏହିଠାରୁ ଅନୁମାନ କରିବା ପୂର୍ବକ ମିଥ୍ୟା ତଥା ଭ୍ରାନ୍ତିମୂଳକ ରିପୋର୍ଟ ପ୍ରକାଶ କରୁଛନ୍ତି । ଏହା ଠିକ୍ ନୁହେଁ ବୋଲି ୟାନା ମିର୍ କହିଛନ୍ତି । ଏତଦ୍‌ବ୍ୟତୀତ ମଲାଲା ୟୁସୁଫଜାଇ ଭାରତକୁ ଉତ୍ପୀଡନ ଦେଶ ବୋଲି ସମ୍ବୋଧନ କରିବାକୁ ନେଇ ମଧ୍ୟ ୟାନା ମିର୍ ସଶକ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ୟାନା ମିର୍ କହିଛନ୍ତି, ଭାରତକୁ ଉତ୍ପୀଡନ ଦେଶ କହିବା ବନ୍ଦ କର । ଭାରତ ନିୟନ୍ତ୍ରଣରେ ଥିବା କାଶ୍ମୀରରେ ଏବେ ବିକାଶର ଏକ ନୂଆ ପରିଭାଷା ଆରମ୍ଭ ହୋଇଛି । ଧାରା ୩୭୦ ଉଚ୍ଛେଦ ପରଠାରୁ ସବୁକିଛି ପରିବର୍ତ୍ତନ ହୋଇଯାଇଛି । ଏଠାରେ ସ୍ଥାନୀୟ ଲୋକେ ଏବେ ନିଜକୁ ସୁରକ୍ଷିତ ମଣୁଛନ୍ତି । ଧର୍ମ ଜାତି ଆଳରେ ଭାରତୀୟଙ୍କୁ ଭାଗ ଭାଗ କରିବା ବନ୍ଦ କରାଯାଉ ।

ଆମକୁ ଭାଗ ଭାଗ କରିବାକୁ ଆମେ ଭାରତୀୟ କାହାକୁ ବି ଅନୁମତି ଦେବୁନାହିଁ । ୟାନା ମିର୍‌ଙ୍କ ଏପ୍ରକାର ଭାଷଣକୁ ନେଇ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ମଲାଲା ୟୁସୁଫଜାଇଙ୍କ ମୁଣ୍ଡକୁ ପାକିସ୍ତାନର ସ୍ୱାଟ୍ ଉପତ୍ୟକାଞ୍ଚଳରେ ତାଲିବାନୀ ଉଗ୍ରବାଦୀମାନେ ୨୦୧୨ରେ ଗୁଳି କରିଥିଲେ । ତାଲିବାନରେ ମହିଳାଙ୍କ ଶିକ୍ଷା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ମଲାଲା ସ୍ୱର ଉତ୍ତୋଳନ କରିବାକୁ ତାଙ୍କୁ ଗୁଳି କରାଯାଇଥିଲା । ତେବେ ସେ ଏଥିରୁ ବଞ୍ôଚଯାଇଥିଲେ । ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଲଣ୍ଡନ ସ୍ଥାନାନ୍ତର କରାଯାଇଥିଲା । ଆରୋଗ୍ୟ ହେବା ପରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ିବା ସହ ସେବେଠାରୁ ସେ ସେହି ଠାରେ ହିଁ ରହିଆସୁଛନ୍ତି । ମାତ୍ର ୧୭ ବର୍ଷ ବୟସରେ ଅର୍ଥାତ୍ ୨୦୧୪ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking