28.1 C
Bhubaneswar
Saturday, July 27, 2024
Homeଖେଳଆଇପିଏଲ୍‌ରେ କିପିଂ କରିବେନି ପନ୍ତ: ପାର୍ଥ ଜିନ୍ଦଲ୍‌

ଆଇପିଏଲ୍‌ରେ କିପିଂ କରିବେନି ପନ୍ତ: ପାର୍ଥ ଜିନ୍ଦଲ୍‌

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ପ୍ରାରମ୍ଭିକ ମ୍ୟାଚ୍‌ରେ ଋଷଭ ପନ୍ତ୍ ୱିକେଟ୍‌କିପିଂ କରିବେ ନାହିଁ ବୋଲି ତାଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ-ମାଲିକ ପାର୍ଥ ଜିନ୍ଦଲ୍ କହିଛନ୍ତି । ଏକ ସାକ୍ଷାତକାରରେ ପାର୍ଥ କହିଛନ୍ତି, ଋଷଭ୍ ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ଏପରି ଟିମ୍‌ର ନେତୃତ୍ୱ ମଧ୍ୟ ନେବେ । ମାତ୍ର ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ପର୍ଯ୍ୟାୟରେ ସେ ୱିକେଟ୍‌କିପିଂ କରିବେ ନାହିଁ । ପାର୍ଥ କହିଛନ୍ତି, ଋଷଭ ପନ୍ତ୍ ଆଇପିଏଲ୍ ଖେଳିବା ନେଇ ଟିମ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ଓ ମୁଖ୍ୟ କୋଚ୍ ରିକି ପଣ୍ଟିଂ ନିଶ୍ଚିତ ଥିଲେ । ବିସିସଆଇଠାରୁ ଫିଟ୍‌ନେସ୍ ମିଳିବା ପରେ ପନ୍ତ୍ ଆଇପିଏଲ୍ ଖେଳିବେ ।

ପାର୍ଥ ଜିନ୍ଦଲ କହିଛନ୍ତି, ପନ୍ତ୍ ବ୍ୟାଟିଂ କରିବା ସହିତ ୱିକେଟ୍‌କିପିଂ ମଧ୍ୟ ଆରମ୍ଭ କରିଛନ୍ତି । ଆଇପିଏଲ୍ ପୂର୍ବରୁ ତାଙ୍କ ଫିଟ୍‌ନେସ୍‌କୁ ନେଇ ଆମେ ସମ୍ପୂର୍ଣ୍ଣ ଆଶାବାଦୀ । ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୩୧ ତାରିଖରେ ପନ୍ତ୍‌ଙ୍କ କାର୍‌ର ଦୁର୍ଘଟଣା ଘଟିଥିଲା । ଏହାପରେ ସେ ୧୪ ମାସ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି । ସୂଚନାଯୋଗ୍ୟ ପନ୍ତ୍ ମଙ୍ଗଳବାର ୱିକେଟ୍ କିପିଂ ଏବଂ ଏକ୍ସରସାଇଜ୍ କରୁଥିବାର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ । ସେହିପରି ବୁଧବାର ୨୦ ଓଭର୍ ବିଶିଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ଏବଂ ଫିଲ୍ଡିଂ ମଧ୍ୟ କରିଥିଲେ । ଏବେ ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ଉପରେ ନଜର ରଖିଛି । ମେଡିକାଳ୍ ଟିମ୍ ଦେଖାଶୁଣାରେ ସେ ସୁସ୍ଥ ହେଉଛନ୍ତି । ବିସିସିଆଇର ମଞ୍ଜୁରୀ ମିଳିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ବିଶାଖାପାଟଣା କ୍ୟାମ୍ପ୍‌ରେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking