ନୂଆଦିଲ୍ଲୀ: ଭାରତୀୟ ଓ ଚୀନ ସୈନିକ ପୂର୍ବ ଲାଦାଖରେ ପେଟ୍ରୋଲ ପଏଣ୍ଟ ୧୭ ଏ ନିକଟ ଗୋଗରା କ୍ଷେତ୍ରରୁ ପଛକୁ ହଟିବା ପାଇଁ ସହମତ ହୋଇଛନ୍ତି । ଗୋଗରାରୁ ପଛକୁ ହଟିବା ପାଇଁ ଭାରତ-ଚୀନର ସେନାଙ୍କ ମଧ୍ୟରେ ଦ୍ୱାଦଶ ଥର ଆଲୋଚନାରେ ସହମତି ହୋଇଛି ।
ବାସ୍ତବରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ନେଇ ବିଗତ ଦିନରେ ୧୨ଥର ଆଲୋଚନା ହୋଇସାରିଲାଣି । ଚଳିତ ୧୨ତମ ରାଉଣ୍ଡର ଆଲୋଚନା ପରେ ଦୁଇ ଦେଶର ସୈନିକ ଗୋଗରାରୁ ପଛକୁ ହଟିଛନ୍ତି । ଏହାସହିତ ଗୋଗରାରେ ନିର୍ମିତ ସମସ୍ତ ଅସ୍ଥାୟୀ ଷ୍ଟ୍ରକଚର କୁ ବି ହଟାଇ ଦେଇଛନ୍ତି ।
ଏ ବାବଦରେ ଭାରତୀୟ ସେନା ବୟାନ ଜାରି କରି କହିଛି, ଚଳିତ ସପ୍ତାହର ଆରମ୍ଭରେ କୁହାଯାଇଥିଲା, ଭାରତ ଓ ଚୀନର କୋର କମାଣ୍ଡର ମଧ୍ୟରେ ଦ୍ୱାଦଶତମ ରାଉଣ୍ଡର ବୈଠକ ୩୧ ଜୁଲାଇରେ ହୋଇଥିଲା । ଏହି ବୈଠକ ପୂର୍ବ ଲାଦାଖର ଚୁଶୁଲ ମୋଲ୍ଡ ମିଟିଙ୍ଗ ପଏଣ୍ଟ ରେ ହୋଇଥିଲା । ଏଥିରେ ଦୁଇ ପକ୍ଷଙ୍କ ମଧ୍ୟରେ ସୀମା ଉପରେ ଉତ୍ତେଜନା କମ୍ କରିବାକୁ ନେଇ ବିଚାର ଓ ଆଲୋଚନା ହୋଇଥିଲା । ଯେଉଁଥିରେ ଦୁଇ ପକ୍ଷ ଗୋଗରା ଏରିଆରୁ ପଛକୁ ହଟିବା ନେଇ ସହମତ ହୋଇଥିଲେ ।
କହିରଖୁଛୁ, ଏହି କ୍ଷେତ୍ରରେ ଗତ ବର୍ଷ ମେ ରେ ସୈନିକ ଆମ୍ନାସାମ୍ନା ହୋଇଥିଲେ । ଯାହାପରେ ଏବେ ଦୁଇ ସେନା ମଧ୍ୟରେ ଆଲୋଚନା ଆରମ୍ଭ ହେଲା ଓ ଦୁଇ ପକ୍ଷ ଏହି କ୍ଷେତ୍ରରୁ ପଛକୁ ହଟିବା ପାଇଁ ରାଜି ହୋଇଛନ୍ତି । ବୁଝାମଣା ଅନୁସାରେ, ଦୁଇ ପକ୍ଷ ଚରଣବଦ୍ଧ, ମ୍ନ୍ିତ ଓ ସତ୍ୟାପିତ ଉପାୟରେ ଏହି କ୍ଷେତ୍ରରେ ଅଗ୍ରିମ ନିୟୋଜିତ ବନ୍ଦ କରିଛନ୍ତି ।
ପଛକୁ ହଟିବା ପ୍ରକ୍ରିୟା ଦୁଇ ଦିନରେ ହୋଇଥିଲା । ଅର୍ଥାତ ୪ ଓ ୫ ଅଗଷ୍ଟରେ । ବର୍ତମାନ ଦୁଇ ପକ୍ଷର ସୈନିକ ଏବେ ନିଜ ନିଜ ସ୍ଥାୟୀ ଠିକଣାରେ ଅଛନ୍ତି । ଦୁଇ ପକ୍ଷ ଦ୍ୱାରା କ୍ଷେତ୍ରରେ ବନା ଯାଇଥିବା ସମସ୍ତ ଅସ୍ଥାୟୀ ତମ୍ବୁ ଓ ଟେଣ୍ଟକୁ ଧ୍ୱଂସ କରାଯାଇଛି ।
ସେନା ବୟାନ ଅନୁସାରେ, ଏହି ବୁଝାମଣା ସୁନିଶ୍ଚିତ କରୁଛି ଯେ, ଦୁଇ ପକ୍ଷ ଦ୍ୱାରା ଏହି କ୍ଷେତ୍ରରେ ଏଲଏସିର କଡାକଡି ଭାବେ ପାଳନ ଓ ସମ୍ମାନ କରାଯିବ । କେହି ବି ଏକତରଫା ପରିବର୍ତନ କରିବେ ନାହିଁ ।
ସେନା କହିଛି, ଇଣ୍ଡିଆନ ଆର୍ମି ସେନା ଆଇଟିବିପି ସହିତ ପଶ୍ଚିମ କ୍ଷେତ୍ରରେ ଏଲଏସି ସହିତ ରାଷ୍ଟ୍ରର ସଂପ୍ରଭୁତା ସୁନିଶ୍ଚିତ କରିବା ଓ ଶାନ୍ତି ବଜାୟ ରଖିବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରତିବଦ୍ଧ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ୟାଙ୍ଗଙ୍ଗ ଲେକ ଏରିଆରୁ ବି ଚୀନ ଓ ଭାରତ ସେନା ପଛକୁ ହଟିଥିଲେ ।