29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜେଟ ମିଗ- ୨୧ ବିମାନ ଦୁଘର୍ଟଣାଗ୍ରସ୍ତ, ଜଣେ ପାଲଟଙ୍କ ମୃତ୍ୟୁ

ଜେଟ ମିଗ- ୨୧ ବିମାନ ଦୁଘର୍ଟଣାଗ୍ରସ୍ତ, ଜଣେ ପାଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବାୟୁସେନାର ମିଗ-୨୧ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏହି ଦୁର୍ଘଟଣା ହୋଇଛି । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବା ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡରୁ ଉଡାଣ ଭରିଥିଲା । ତେବେ ଦୁର୍ଘଟଣା ସମୟରେ ଏହା ମଧ୍ୟରେ କେତେ ଜଣ ପାଇଲଟ ଥିଲେ ଓ ସେମାନଙ୍କ ଅବସ୍ଥା ଏବେ କେମିତି ଅଛି, ତାହା ଅସ୍ପଷ୍ଟ । ବାୟୁସେନା କେବଳ ରୁଟିନ୍‌ ପ୍ରଶିକ୍ଷଣ କରୁଥିବା ବେଳେ ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଉଡ଼ାଣର କିଛି ସମୟ ପରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହି କାରଣରୁ ପାଲଇଟ ବିମାନକୁ ଅବତରଣ କରିବାକୁ ଚାହିଁଥିଲେ। କିନ୍ତୁ ସୁରକ୍ଷିତ ଅବତରଣ ପୂର୍ବରୁ ହିଁ ବିମାନଟି ମୋଗା ନିକଟସ୍ଥ ଗୋଟିଏ ଗାଁ ନିକଟରେ ଖସି ପଡ଼ିଥିଲା। ଏଥିସହ ଘଟଣାରେ ଜଣେ ପାଲଟଙ୍କ ମୃତ୍ୟୁ ଘଟିଛି। ମିଗ-୨୧ ଲଢ଼ୁଆ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking