27.1 C
Bhubaneswar
Sunday, May 25, 2025
Homeଖେଳଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ

ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ

ନୂଆଦିଲ୍ଲୀ: ଆଥଲେଟିକରେ ଭାରତର ଚମତ୍କାର ପ୍ରଦର୍ଶନ । ପୁରୁଷ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଲେ ଏମ୍‌. ଶ୍ରୀଶଙ୍କର । ନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ କିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ତା’ର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।
ତେବେ ଏହା ମଧ୍ୟରେ ଭାରତ ପୁଣି ୩ଟି ପଦକ ଜିତିଛି । ଲଙ୍ଗ ଜମ୍ପରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବର୍ଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ମୁରଲୀ ଶ୍ରୀଶଙ୍କର ଭାରତ ପାଇଁ ଲଙ୍ଗ ଜପରେ ଏହି ସଫଳତା ହାସଲ କରିଥିବା ବେଳେ ସେ ନିଜର ଚତୁର୍ଥ ପ୍ରୟାସରେ ୮.୧୯ ମିଟରର ପୋଡିୟମ ସମାପ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking