29.4 C
Bhubaneswar
Thursday, April 18, 2024
Homeଖେଳକୁଳଦୀପ ଯାଦବଙ୍କ ହାଟ୍ରିକ : ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କଲା ଭାରତ

କୁଳଦୀପ ଯାଦବଙ୍କ ହାଟ୍ରିକ : ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କଲା ଭାରତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଭିସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ମ୍ୟାଚରେ ବିଜୟ ସହ ଭାରତ ୩ଟିକିଆ ସିରିଜକୁ ୧-୧ରେ ବରାବର କରି ଦେଇଛି।
ୱେଷ୍ଟଇଣ୍ଡିଜ ଅଧିନାୟକ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଆଗରେ ୩୮୭ରନର ବିଶାଳ ସ୍କୋର ଛିଡା କରିଥିଲା। ଭାରତର ୩୮୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଜ ଦଳ ୪୩ଓଭର ୩ଟି ବଲରେ ୨୮୦ରନ କରି ଅଲଆଉଟ ହୋଇଯାଇଥିଲା।
ଅପେକ୍ଷା ରହିଲା ଶେଷ ତଥା ଅନ୍ତିମ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମରେ କିଏ ହାତେଇବ ଏହି ସିରିଜ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking