25.1 C
Bhubaneswar
Thursday, December 26, 2024
Homeଖେଳନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍‌କୁ ଶେଷ ବଲ୍‌ ବାକି ଥାଇ ୬ଟି ୱିକେଟ୍‌ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭରରେ ୪ଟି ୱିକେଟ୍‌ ହରାଇ ହାସଲ କରିଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ନିର୍ଣ୍ଣାୟକ ମୁକାବିଲା ଗୁଜରାଟର ଅହମଦାବାଦରେ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଖେଳାଯିବ।

ଏହା ପୂର୍ବରୁ ଭାରତ ଦମଦାର ବୋଲିଂ କରିଥିଲା। ଟିମ୍‌ ଇଣ୍ଡିଆର ସମସ୍ତ ବୋଲର ଭଲ ବୋଲିଂ ଓ ଫିଲ୍ଡିଂ କରିଥିଲେ। ଭାରତୀୟ ଟିମ୍‌ ୯୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ଅଟକାଇଥିଲା। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୯୯ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସଣ୍ଟନର ବ୍ୟକ୍ତିଗତ ଭାବେ ସର୍ବାଧିକ ୧୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମାର୍କ ଚାମ୍ପମ୍ୟାନ ଓ ମିଚେଲ ବ୍ରାସୱେଲ ୧୪-୧୪ ରନ୍‌ ‌ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ଫିନ୍‌ ଆଲେନ୍‌ ଓ ଡେୱନ କନ୍‌ୱେ ୧୧ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ହୁଦା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking