34.1 C
Bhubaneswar
Friday, March 29, 2024
Homeପୁରୁଷ ହକି ବିଶ୍ୱକପ୍ପୁରୁଷ ହକି ବିଶ୍ବକପ୍‌: ବେଲଜିୟମ୍‌କୁ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି

ପୁରୁଷ ହକି ବିଶ୍ବକପ୍‌: ବେଲଜିୟମ୍‌କୁ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟ‌େରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ନିୟମିତ ସମୟରେ ଫଳାଫଳ ନବାହାରିବାରୁ ସୁଟ୍‌ଆଉଟ୍‌ ଖେଳାଯାଇଛି। ଏଥିରେ ଜର୍ମାନିର ବିଜୟ ହୋଇଛି। ଜର୍ମାନି ୩(୫)-୩(୪)‌ ଗୋଲ୍‌ରେ ଗତ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି। ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍‌ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ବ ବିଜେତା ହୋଇଥିଲା। ନିୟମିତ ସମୟରେ ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା।

ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା। ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି କାଂସ୍ୟ ପଦକ ହାସଲ କରିଥିଲା। ପ୍ରଥମ କ୍ବାର୍ଟରରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍‌ ଲଗାତାର ୩ଟି ଗୋଲ୍‌ (୩୨, ୩୪ ଓ ୩୯ମିନିଟ୍‌) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍‌ ଶେଷ ୨ଟି ଗୋଲ୍‌ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking