27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଭାରତ-ବ୍ରିଟେନ ଆଲୋଚନା

ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଭାରତ-ବ୍ରିଟେନ ଆଲୋଚନା

ନୂଆଦିଲ୍ଲୀ: ଶୁକ୍ରବାର ଭାରତ-ବ୍ରିଟେନ ପ୍ରତିରକ୍ଷା ପରାମର୍ଶ ଗୋଷ୍ଠୀ (ଡିସିଜି)ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଓ ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ୱିିଲିୟମ୍ସଙ୍କ ମିଳିତ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଉପରେ ଆଲୋଚନା ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଅରମାନେ ଓ ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ଥାୟୀ ସଚିବ ୱିଲୟମ୍ସ ଚାଲିଥିବା ପ୍ରତିରକ୍ଷା ସହଯୋଗ କାର୍ଯ୍ୟକଳାପର ସମୀକ୍ଷା ସହ ଭାରତ ମହାସାଗର କ୍ଷେତ୍ରର ସ୍ଥିତି ଏବଂ ସମ୍ଭାବ୍ୟ ସହଯୋଗ, କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ବୈଦ୍ୟୁତିକ ପ୍ରପଲ୍ସନ୍ କ୍ଷେତ୍ରରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ମିଳିତ ସମରାଭ୍ୟାସ, ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ସୂଚନା ଆଦାନପ୍ରଦାନ ଉପରେ ଗୁରୁତ୍ୱାରୋପ କରି ସାମୁଦ୍ରିକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଏବଂ ମିଳିତ କାର୍ଯ୍ୟକଳାପ ବୃଦ୍ଧି ଲାଗି ଉଭୟ ପକ୍ଷ ଯୋଜନା କରିଥିଲେ । ଭାରତ-ବ୍ରିଟେନ ମଧ୍ୟରେ ଟୁ ପ୍ଲସ୍ ଟୁ ବୈଦେଶିକ ଏବଂ ପ୍ରତିରକ୍ଷା ଆଲୋଚନା ଆରମ୍ଭ ଏବଂ ସମସ୍ତ କ୍ଷେତ୍ରରେ ସେନା-ସାମରିକ ସମ୍ପର୍କ ବୃଦ୍ଧିକୁ ସେମାନେ ପ୍ରଶଂସା କରିଥିଲେ । ପରେ ୱିଲିୟମ୍ସ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking