27.1 C
Bhubaneswar
Saturday, July 27, 2024
Homeଖେଳଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ମୁକାବିଲା

ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ମୁକାବିଲା

କଲମ୍ବୋ: ସୁପର ସନଣ୍ଡେରେ ସୁପର ମୁକାବିଲା । କ୍ରିକେଟ ପ୍ରେମୀ ହୋଇଯାଆନ୍ତୁ ପ୍ରସ୍ତୁତ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଲମ୍ବୋରେ ହେବ ସୁପର ଫାଇଟ । ଦୀର୍ଘ ୧୮ ଦିନର ଲଢେଇ ପରେ ଆଜି ଏସିଆ କପ ଫାଇନାଲ ମ୍ୟାଚ ଖେଳାଯିବ । ଗୋଟିଏ ପଟେ ୭ଥର ଏସିଆ କପ ଚମ୍ପଆନ ଭାରତ ଅନ୍ୟ ପଟେ ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା । ଫାଇନାଲ ମୁକାବିଲାରେ ଆଜି ୭ଥର ଚମ୍ପିଆନ ଭାରତ ଓ ୬ଥର ଟ୍ରଫି ହାତେଇଥିବା ଦଳ ତଥା ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅପରାହ୍ନ ୩ଟାରୁ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ୨୦୧୮ରେ ଚମ୍ପିଆନ ହୋଇଥିବା ଭାରତ ୫ ବର୍ଷର ଟ୍ରଫି ମରୁଡିର ଅନ୍ତ ଘଟାଇ ଅଷ୍ଟମ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ସେହିପରି ଘରୋଇ ମାଟିର ଫାଇଦା ନେଇ ସପ୍ତମ ଥର ଏସିଆ କପ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା । ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଚଳିତ ଏସିଆ କପରେ ଭାରତ ଆଶାନ୍ବିତ ଭଲ ପ୍ରଦର୍ଶନ କରିଛି । ଲିଗ ପର‌୍ୟ୍ୟାୟରେ ପାରମ୍ପିରକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ଫଳରେ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ । ଦ୍ବିତୀୟ ମ୍ୟାଚରେ ନେପାଳ ବିପକ୍ଷରେ ୧୦ ୱିକେଟରେ ବିଜୟ ହାସଲ କରି ସୁପର ୪ ରାଉଣ୍ଡରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଏସିଆ କପ ସୁପର ୪ ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଏକ ବିରାଟ ବିଜୟ ହାସଲ କରିଥିଲା ମ୍ୟାନ ଇନ ବ୍ଲ୍ୟୁ । ବିରାଟ କୋହଲି କେଏଲ ରାହୁଲଙ୍କ ଶତକ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା ଭାରତ । ସେହିପରି ସୁପର ୪ ରାଉଣ୍ଡର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୪୧ ରନରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ମାତ୍ର ବାଂଲାଦେଶ ବିପକ୍ଷରେ ଖେଳିଥିବା ଶେଷ ମ୍ୟାଚରେ ୬ ରନରେ ପରାସ୍ତ ହୋଇଥିଲା । ଆଜି ଫାଇନାଲରେ ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି ଭାରତ ।

ଭାରତ ୭ଥର ଏସିଆ କପ ଚାମ୍ପିଆନ ହୋଇଛି । ଆଜି ଶ୍ରୀଲଙ୍କାକୁ ହରାଇ ୫ ବର୍ଷ ଟ୍ରଫି ମରୁଡିର ଅନ୍ତ ଆଶା କରାଯାଉଛି । ଶେଷ ଥର ପାଇଁ ଭାରତ ୨୦୧୮ରେ ଏସିଆ କପ ଜିତିଥିଲା । ଅଧିନାୟକ ରୋହିତ ଶର୍ମା ୨୫୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ରୋହିତ ଶର୍ମା ଆଜି ତାଙ୍କର ୨୫୦ତମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷରେ ଖାତା ଖୋଲି ପାରନଥିବା ରୋହିତ ଆଜି ସଫଳ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ରୋହିତ ୨୪୯ଟି ଦିନିକିଆ ମ୍ୟାଚ ଖେଳି ୧୦,୦୩୧ ରନ କରିଛନ୍ତି । ସେହିପରି ଫର୍ମରେ ଥିବା ବିରାଟ କୋହଲି, କେଏଲ ରାହୁଲଙ୍କଠୁ ମଧ୍ୟ ଦମଦାର ବ୍ୟାଟିଂ ଆଶା କରୁଛନ୍ତି ଫ୍ୟାନ୍ସ । ବାଂଲାଦେଶ ବିପକ୍ଷରେ ଉପଯୋଗୀ ଇନିଂସ ଖେଳିଥିବା ଅକ୍ଷର ପଟେଲ ଆହତ ପାଇଁ ଆଜିର ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ବୋଲିଂରେ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କ ଉପରେ ନଜର ରହିବ । ୮ଥର ଏସିଆ କପ ଚମ୍ପିଆନ ହେବାକୁ ହେଲେ ଦଳକୁ ସମସ୍ତ ତ୍ରୁଟି ସୁଧାରି ଉଭୟ ବ୍ୟାଟିଂ ଓ ବୋଲିରେ ଦମଦାର ପ୍ରଦର୍ଶନ କରିବାକୁ ହେବ ।

ଅନ୍ୟପଟେ ୬ଥର ଏସିଆ କପ ଚମ୍ପିଆନ ହୋଇଥିବା ତଥା ଡିଫେଣ୍ଡି ଚମ୍ପିଆନ ଶ୍ରୀଲଙ୍କା ମଧ୍ୟ ଚଳିତ ଏସିଆ କପରେ ଭଲ ପ୍ରଦର୍ଶନ କରିଛି । ଭାରତଠୁ ପରାସ୍ତ ହୋଇଥିଲେ ସୁଦ୍ଧା ପାକିସ୍ତାନ ବିପକ୍ଷରେ ଶେଷ ବଳରେ ଦଳ ଯେଉଁ ବିଜୟ ହାସଲ କରିଥିଲା ତାହାକୁ ଏଡାଇ ଦିଆଯାଇନପାରେ । ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଥିଲେ ସୁଦ୍ଧା ଶ୍ରୀଲଙ୍କା ବିପର‌୍ୟ୍ୟୟ ଘଟାଇବାକୁ ପ୍ରୟାସ କରିବ । ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ଦଳର ମନୋବଳକୁ ଦୃଢ କରିଛି । ଏସିଆ କପ ଇତିହାସରେ ଶ୍ରୀଲଙ୍କା ସର୍ବାଧିକ ୧୨ ଥର ଫାଇନାଲରେ ପ୍ରବେଶ କରିଛି । ଭାରତ ବିପକ୍ଷ ମ୍ୟାଚରେ ଦଳ ପରାସ୍ତ ହୋଇଥିଲେ ସୁଦ୍ଧା ଦୁନିଥ ୱେଲାଲଗେ ବୋଲିଂ ପ୍ରଶଂସନୀୟ ଥିଲା । ସେ ଉକ୍ତ ମ୍ୟାଚରେ ୫ଟି ଟପ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ଭାରତକୁ ଟକ୍କର ଦେବାକୁ ହେଲେ ଶ୍ରୀଲଙ୍କାକୁ କୁଳଦୀପ ଯାଦବ ଓ ବୁମରାକୁ ମୁକାବିଲା କରିବାକୁ ପଡିବ । ଶ୍ରୀଲଙ୍କା ଆଜି ତାର ଏକାଦଶରେ ପରିବର୍ତ୍ତନ କରିପାରେ । ସ୍ପିନର ମହୀଶ ତୀକ୍ଷଣା ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ସ୍ପିନର ଦୁସାନ ହେମନ୍ତଙ୍କୁ ସୁଯୋଗ ମିଳିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking