19.1 C
Bhubaneswar
Saturday, January 25, 2025
Homeଦେଶ ବିଦେଶଆଫଗାନିସ୍ତାନକୁ ୩ ଟନ୍ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ

ଆଫଗାନିସ୍ତାନକୁ ୩ ଟନ୍ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ । ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୩ ଟନ୍ ଆବଶ୍ୟକ ଜୀବନ ରକ୍ଷକ ମେଡିସିନ୍ ସମେତ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମଧ୍ୟ ପଠାଯାଇଛି । ଏହାକୁ କାବୁଲର ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି । ବିଦେଶ ମନ୍ତ୍ରାଳୟ ମୁତାବକ, ଭାରତ ପୂର୍ବରୁ ମଧ୍ୟ ଆଫଗାନିସ୍ତାନକୁ ତିନିଟି ଫେଜ୍‌ରେ ଚିକିତ୍ସା ପାଇଁ ଆବଶ୍ୟକ ମେଡିସିନ୍ ପଠାଇଛି । ଏଥରକ ଚତୁର୍ଥ ପର୍ଯ୍ୟାୟରେ ଏହି ସାହାଯ୍ୟ ଯୋଗାଇଛି ଭାରତ । ପୂର୍ବରୁ ୩ଟି ପର୍ଯ୍ୟାୟରେ ଭାରତ କରୋନା ଭାକ୍‌ସିନ୍‌ର ୫,୦୦,୦୦୦ ଡୋଜ୍ ସହ ଅନ୍ୟ ଜୀବନ ରକ୍ଷାକାରୀ ମେଡିସିନ୍ ସପ୍ଲାଏ କରିଥିଲା । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ସପ୍ତାହରେ ଆମେ ଆଫଗାନିସ୍ତାନର ଲୋକଙ୍କ ପାଇଁ ଅଧିକ ମେଡିସିନ୍ ଓ ଖାଦ୍ୟ ପଦାର୍ଥ ପଠାଇବୁ । ସୂଚନାଯୋଗ୍ୟ, ନିକଟରେ ଆଫଗାନିସ୍ତାନର ଅବସ୍ଥାକୁ ଦେଖି ସଂଯୁକ୍ତ ରାଷ୍ଟ୍ରର ମହା ସଚିବ ଲଣ୍ଟୋନିଆ ଗୁତରେସ୍ ଚିନ୍ତା ବ୍ୟକ୍ତ କରି କହିଥିଲେ । ଆଫଗାନିସ୍ଥାନ ଏକ ସୂତାରେ ଝୁଲିଛି । ଏଭଳି ସ୍ଥିତିରେ ଆଫଗାନିସ୍ତାନର ଲୋକଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ । ଏଣୁ ସେ ସାରା ବିଶ୍ୱକୁ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ ଓ ସହାୟତା ପାଇଁ ଆଗକୁ ଆସିବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking