41.3 C
Bhubaneswar
Friday, March 28, 2025
HomeSCO ବୈଦେଶିକି ମନ୍ତ୍ରୀ ସମ୍ମିଳନୀ ଏସ୍‌ସିଓ ମାଧ୍ୟମରେ ବଦଳିବ ଭାରତ-ପାକିସ୍ଥାନ ସର୍ମ୍ପକ

 ଏସ୍‌ସିଓ ମାଧ୍ୟମରେ ବଦଳିବ ଭାରତ-ପାକିସ୍ଥାନ ସର୍ମ୍ପକ

ନୂଆଦିଲ୍ଲୀ: ଗୋଆରେ ଏସସିଓ ସମ୍ମିଳନୀ ପ୍ରସ୍ତୁତି । ସାଙ୍ଘାଇ ସହଯୋଗ ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତାକାଲି ଭାରତ ଆସୁଛନ୍ତି ଚୀନ ପ୍ରତିରକ୍ଷାମନ୍ତ୍ରୀ ଲୀ ସାଙ୍ଗଫୁ । ଆସନ୍ତା ମେ ୪ ଓ ୫ ତାରିଖରେ ଗୋଆରେ ସମ୍ମିଳନୀ ପୂର୍ବରୁ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ।ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଏହି ଆଲୋଚନାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।
ଏପଟେ ଏସସିଓ ବୈଠକରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହେବା ସମ୍ଭାବନା ନାହିଁ। ଏସସିଓ ଆଞ୍ଚଳିକ ଶିଖର ବୈଠକରେ ବିଲାୱଲ ଭୁଟ୍ଟୋ ଯୋଗ ଦେବା ନେଇ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଥିଲେ ବି ଭାରତ-ପାକିସ୍ତାନ ଆଲୋଚନା ନେଇ କୌଣସି ପ୍ରସ୍ତାବ ରଖାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking