30.1 C
Bhubaneswar
Sunday, May 19, 2024
Homeଖେଳଦ୍ବିତୀୟ ଦିନିକିଆ: ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଦ୍ବିତୀୟ ଦିନିକିଆ: ଭାରତକୁ ୧୦ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ବିଶାଖାପାଟଣା: ଅଷ୍ଟ୍ରେଲିଆ ଟିମ୍‌ ରବିବାର ଭାରତ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛି। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବୋଲିଂ କରିଥିଲା। ଭାରତୀୟ ଟିମ୍‌କୁ ୧୧୭ ରନ୍‌ରେ ଅଲ୍‌ଆଉଟ୍‌ କଲା ପରେ ବ୍ୟାଟିଂ ପାଳିରେ କୌଣସି ୱିକେଟ ନହରାଇ ମ୍ୟାଚ୍‌ ଜିତିଛି। ଅଷ୍ଟ୍ରେଲିଆ ଟିମ୍‌ ୧୧ ଓଭରରେ ୧୨୧ ରନ୍‌ ସଂଗ୍ରହ କରି ମ୍ୟାଚ ବିଜୟ ହାସଲ କରିଛି। ଫଳରେ ଦିନିକିଆ ଶୃଙ୍ଖଳା ୧-୧ ସମାନ ସ୍ତରକୁ ପହଞ୍ଚିଛି।  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅତିଥି ଦଳ ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପାଇଁ ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ୍‌ ପଡ଼ିଆକୁ ଆସିଥିଲେ। ଉଭୟ ବ୍ୟାଟର ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ। ଟ୍ରାଭିସ ହେଡ ୩୦ଟି ବଲ୍‌ ଖେଳି ୧୦ଟି‌ ଚୌକା ସହାୟତାରେ ୫୧ ରନ୍‌ ଓ ମିଚେଲ ମାର୍ସ ୩୬ଟି ବଲ୍‌ ଖେଳି ୬ଟି ଚୌକା ଏବଂ ସମାନ ପରିମାଣର ଛକା ମାରି ୬୬ ରନ୍ ସଂଗ୍ରହ କରିଥିଲେ।

ପ୍ରଥମ ପାଳିରେ କଙ୍ଗାରୁ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂରେ ଭାରତ ଧରାଶୟୀ ହୋଇଥିଲା। ମିଚେଲ୍‌ ଷ୍ଟାର୍କ ୮ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ମେଡେନ୍‌ ଓଭର ନେଇଥିଲେ। ୫୩ ରନ୍‌ ଖର୍ଚ୍ଚ କରି ଭାରତର ୫ଟି ମୂଲ୍ୟବାନ୍‌ ୱିକେଟ୍‌ ନେଇଥିଲେ। ସିନ୍ ଆବୋଟ୍‌ଙ୍କୁ ୩ଟି ୱିକେଟ୍‌ ମିଳିଥିଲା। ଆବୋଟ୍‌ ୬ ଓଭର ବୋଲିଂ କରି ୨୩ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ନାଥାନ୍‌ ଇଲିସ ୫ ଓଭର ବୋଲି କରି ୧୩ ରନ୍‌ ଦେଇଥିଲା ବେଳେ ୨ଟି ୱିକେଟ୍‌ ନେଇଥିଲେ। ଭାରତର ପୂରା ଟିମ୍‌ ୨୬ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଏହି ମ୍ୟାଚ ବିଜୟ ପାଇଁ କଙ୍ଗାରୁ ଦଳକୁ ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଭାରତର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ୍‌ ଗିଲ ଖାତା ନଖୋଲି ପାଭଲିଅନ ଫେରି ଆସିଥିଲେ। ଦଳର ସ୍କୋର ୩ ରନ୍‌ ଥିବା ବେଳେ ଘରୋଇ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୩୨ ରନ୍‌ରେ ଦ୍ବିତୀୟ ଓ ତୃତୀୟ ୱିକେଟ୍‌ ଭାବେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଉଟ୍‌ ହୋଇଥିଲେ। ୪୮ ରନ୍‌ରେ କେଏଲ୍‌ ରାହୁଲ, ୪୯ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲି୍ଅନ ଫେରି ଆସିଥିଲେ। ୭୧ ରନ୍‌ ବେଳକୁ ବିରାଟ କୋହଲି, ୯୧ ରନ୍‌ରେ ରବୀନ୍ଦ୍ର ଜାଦେଜା ଆଉଟ୍‌ ହୋଇଥିଲା ବେଳେ ୧୦୩ ରନ୍‌ରେ କୁଲଦୀପ ଯାଦବ ଓ ମହମ୍ମଦ ସାମି ପଡ଼ିଆକୁ ଫେରିଥିଲେ। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍‌ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଯଥାକ୍ରମେ ୨୯ ଓ ୧୬ ରନ୍‌ ଅମଳ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking