ନୂଆଦିଲ୍ଲୀ: ଇଂଲଣ୍ଡକୁ ୨୩୦ ରନ୍ର ଟାର୍ଗଟ ଦେଲା ଭାରତ । ୫୦ ଓଭରରେ ଭାରତର ସ୍କୋର ୨୨୯/୯ । ରୋହିତଙ୍କ ଲଢ଼ୁଆ ୮୭, ସୂର୍ଯ୍ୟଙ୍କ ୪୯ ଓ ରାହୁଲଙ୍କ ୩୯ ରନ୍ । ୱିଲିଙ୍କୁ ୩, ଓକ୍ସ ଓ ରସିଦଙ୍କୁ ୨ଟି ଲେଖାଏଁ ୱିକେଟ୍ । ତେବେ ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ କିନ୍ତୁ ଦଳକୁ ମିଳିଥିଲା ଝଟକା । ଶୁଭମନ୍ ଗିଲ୍ ଏବଂ ବିରାଟ କୋହଲି ବଡ ରନ୍ ସ୍କୋର କରିବା ଆଗରୁ ପ୍ୟାଭିଲିୟନ୍ ଫେରିଥିଲେ । ଅନ୍ୟପଟେ ଶ୍ରେୟାସ ଆୟର ମଧ୍ୟ ମାତ୍ର ୪ ରନ୍ କରି ଆଉଟ୍ ହେଇଥିଲେ । ଏହାପରେ ରାହୁଲ ଓ ରୋହିତ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ ମଧ୍ୟ ବେପାରୁଆ ସଟ୍ ଖେଳି ଆଉଟ୍ ହେଇଥିଲେ ରାହୁଲ । ଏହାପରେ ରୋହିତ ନିଜର ଶତକ ଆଡକୁ ଅଗ୍ରସର ହେଉଥିଲେ ମଧ୍ୟ ମାତ୍ର ୮୭ ରନ୍ କରି ଆଉଟ୍ ହେଇଯାଇଥିଲେ । ତେବେ ଶେଷ ଆଡକୁ ସୂର୍ୟ୍ୟକୁମାର ୪୯ ରନ୍ କରିବା ଦ୍ୱାରା ଭାରତର ସ୍କୋର ଆଗକୁ ବଢିଥିଲା । ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି ୩ଟି ୱିକେଟ୍ ପାଇଥିବାବେଳେ, କ୍ରିସ୍ ୱକସ୍ ଏବଂ ଆଦିଲ୍ ରସିଦ୍ ୨ଟି ଲେଖାଏଁ ସଫଳତା ପାଇଥିଲେ ।