ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭାରତରେ ଟିକାକରଣ ୯୦ କୋଟି ଟପିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟା ସୂଚନା ଦେଇଛନ୍ତି। ମଣ୍ଡଭୀୟା ଏହି ଉପଲବ୍ଧିର ସମ୍ପୂର୍ଣ୍ଣ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ଜାନୁଆରୀ ୧୬ ତାରିଖରେ ସବୁଠୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ ହୋଇଥିଲା। ଆଉ ଏହି ଅଭିଯାନ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଡେଲ୍ଟା ଭେରିଆଣ୍ଟ ଏବେ କରୋନାଜନିତ ମୃତ୍ୟୁର କାରଣ ହୋଇଥିବାବେଳେ ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଛି।