34.1 C
Bhubaneswar
Thursday, April 25, 2024
Homeଅପରାଧ୧୪ବର୍ଷର ନାବାଳିକା ସାଥିରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

୧୪ବର୍ଷର ନାବାଳିକା ସାଥିରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : ମହାରାଷ୍ଟ୍ରରେ ବଳତ୍କାର ଘଟଣା ବନ୍ଦ ହେବାର ନା ନେଉନାହିଁ । ମୁମ୍ବାଇରେ ସାକିନାକା ପରେ ଏଥର ଉଲହସନଗରରେ ୧୪ ବର୍ଷ ବୟସ୍କା ପୀଡିତାଙ୍କୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି । ଉଲହସନଗରରେ ଜଣେ ୧୪ ବର୍ଷ ନାବାଳିକାକୁ ବଳତ୍କାର କରାଯାଇଛି । ପସ୍କା ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସୂଚନାନୁସାରେ ୧୪ ବର୍ଷର ବାଳିକା ଶିରଡିରୁ ବୁଲିବା ପରେ ସାଙ୍ଗମାନଙ୍କ ସହିତ ରାତି ୯ ଟାରେ ଉଲହସନଗର ରେଳ ଷ୍ଟେସନରେ ପହଞ୍ଚିଞ୍ଚଥିଲା । ଯେଉଁଠାରେ ସେ ନିଜ ସାଙ୍ଗମାନଙ୍କ ସହିତ ଆକାଶବାଣୀରୁ ପାଦରେ ଘରକୁ ଯାଉଥିଲେ । ଏଥିସହ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚି ହାତୁଡିର ଭୟ ଦେଖାଇ ପୀଡିତାଙ୍କ ସାଙ୍ଗମାନଙ୍କୁ ଘଉଡାଇ ଦେଇଥିଲା ଏବଂ ପୀଡିତାଙ୍କୁ ସାଙ୍ଗରେ ନେଇ ଯାଇଥିଲା । ଏହାପରେ ଅଭିଯୁକ୍ତ ପୀଡିତାଙ୍କୁ ବଳତ୍କାର କରିଥିଲା। ସକାଳେ ପୀଡିତା ଅଭିଯୁକ୍ତଙ୍କ ନିକଟରୁ ପଳାଇ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏହି ମାମଲା ରେଳ ପରିସର ସହ ଜଡିତ ଥିଲା ତେଣୁ କଲ୍ୟାଣ ରେଳ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ ଏବଂ ପ୍ରାଥମିକ ପ୍ରମାଣ ଆଧାରରେ ପୋଲିସ ଜଣଙ୍କୁ ଧରିଥିଲା । ଏହାପରେ ଯେତେବେଳେ ଅନୁସନ୍ଧାନ ଅଗ୍ରଗତି ହେଲା ଏହା ସ୍ପଷ୍ଟ ହେଲା ଯେ ଧରାଯାଇଥିବା ବ୍ୟକ୍ତି ବଳତ୍କାର କରିଥିଲେ । ପୋଲିସ ପୋସ୍କୋ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୂଚୂନା ମୁତାବକ ମୁମ୍ବାଇର ସାକିନାକା ଅଞ୍ଚଳରେ ୩୦ ବର୍ଷ ବୟସ୍କା ମହିଳାଙ୍କୁ କଛିି ଦିନ ପୁର୍ବରୁ ବଳତ୍କାର କରାଯାଇଥିଲା ଏବଂ ଏହାପରେ ଅଭିଯୁକ୍ତ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ । ଯେଉଁଥିପାଇଁ ଘାଟକୋପ ରାଜୱାଡି ହସ୍ପିଟାଲରେ ଚିକିତ୍ସା ସମୟରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପୋଲିସଙ୍କ ସୂଚନା ମୁତାବକ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking