ନୂଆଦିଲ୍ଲୀ: କେରଳରେ କରୋନା ବେକାବୁ ହେଉଥିବା ପରିଲକ୍ଷିତ ହେଉଛି । ଯେଉଁଥିପାଇଁ ସମଗ୍ର ଦେଶରେ କରୋନାରର ୩ୟ ଲହର ଆଶଙ୍କା ଦେଖାଯାଉଛି । ଲଗାତର ୪ର୍ଥ ଦିନ ୪୦ ହଜାରରୁ ଅଧିକ କରୋନା କେସ ସାମ୍ନାକୁ ଆସିଛି । ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ସୂଚନା ଦିଆଯାଇଛି । ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଣ୍ଟାରେ ୪୫୦୮୩ ନୂଆ କରୋନା କେସ ଆସିଛି ଓ ୪୬୦ କରୋନା ସଂକ୍ରମିତଙ୍କ ପ୍ରାଣ ଯାଇଛି । ସେହିଭଳି ୨୪ ଘଣ୍ଟାରେ ୩୫୮୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କାଲି ୮୭୮୩ ଆକ୍ଟିଭ କେସ ବଢିଛି । ଏହା ଲଗାତର ୪ର୍ଥ ଦିନ, ଯେତେବେଳେ ଦେଶରେ ୪୦ ହଜାରରୁ ଅଧିକ କରୋନାଜନିତ ମାମଲା ସାମ୍ନାକୁ ଆସିଛି । ଗୁରୁବାର ୪୬୧୬୪, ଶୁକ୍ରବାର ୪୪୬୫୮, ଶନିବାର ୪୬୭୫୯ କରୋନା ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ମାମଲା ବଢିବାର ମୁଖ୍ୟ କାରଣ ହେଉଛି କେରଳ । କେରଳରେ ଲଗାତର ୪ର୍ଥ ଦିନ ଶନିବାର କରୋନା ସଂକ୍ରମଣର ୩୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ।