17.1 C
Bhubaneswar
Thursday, January 16, 2025
Homeଓଡିଶାସଂକ୍ରମଣ ବଢିଲେ କଟକଣା ବଢ଼ାଇବାକୁ ଚିନ୍ତା କରାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସଂକ୍ରମଣ ବଢିଲେ କଟକଣା ବଢ଼ାଇବାକୁ ଚିନ୍ତା କରାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା ନିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର କହିଛନ୍ତି ଯେ ସର୍ବ ଭାରତୀୟ ସ୍ତରରେ କରୋନା ସଂକ୍ରମଣ ମାମଲା କିଛି ପରିମାଣରେ ବଢୁଛି । ୪ ରୁ ୫ ରାଜ୍ୟରେ ପୁଣି କରୋନା ଉପମୁହାଁ ହୋଇଛି । ମାତ୍ର ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତାଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।

କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବାକୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମହାମାରୀ ଯାଇନି ରହିଛି, ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେଣୁ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ । ଯଦି ବଢେ ତେବେ କଟକଣା ବଢାଇବାକୁ ଚିନ୍ତା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୂର୍ବ ପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ କରିବା ସହ ସମସ୍ତ କୋଭିଡ କଟକଣା ମାନିବାକୁ କୁହାଯାଇଛି ।

ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନଯିବାକୁ ପରାମର୍ଶ ଦିଆଯାଉଛି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ ବୋଲି ଡ. ମିଶ୍ର କହିଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ ରହିଛି । ଗତ ୨୪ ଘଣ୍ଟାରେ ୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଚିହ୍ନଟଙ୍କ ମଧ୍ୟରୁ ଜଣେ ଶିଶୁ ରହିଥିବା ବେଳେ ୫ କ୍ୱାରେଣ୍ଟାଇନ ସେଣ୍ଟର ଓ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ବଲାଙ୍ଗୀର, ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କଟକ, ସମ୍ବଲପୁରରୁ ଓ ସୁନ୍ଦରଗଡରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking