27.1 C
Bhubaneswar
Sunday, May 25, 2025
Homeବିଜିନେସ୍କ୍ରୁଡ୍ ଅଏଲ, ଏଟିଏଫ୍ ଉପରେ ଓି୍ୱଣ୍ଡ୍‌ଫଲ୍ ଟିକସ ବୃଦ୍ଧି

କ୍ରୁଡ୍ ଅଏଲ, ଏଟିଏଫ୍ ଉପରେ ଓି୍ୱଣ୍ଡ୍‌ଫଲ୍ ଟିକସ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ ଉତ୍ପାଦିତ କ୍ରୁଡ୍ ଅଏଲ (ଅଣବିଶୋଧିତ ତୈଳ) ଏବଂ ବିମାନ ପାଇଁ ବ୍ୟବହୃତ ଏଟିଏଫ୍ (ଆଭିଏସନ ଟର୍ବାଇନ୍ ଫୁଏଲ) ଉପରେ ୱିଣ୍ଡଫଲ୍ ଟିକସ ବୃଦ୍ଧି କରିଛନ୍ତି । ଜାନୁଆରୀ ୩ (ମଙ୍ଗଳବାର)ଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଓଏନ୍‌ଜିସି ଦ୍ୱାରା ଉତ୍ପାଦିତ କ୍ରୁଡ୍ ଅଏଲ ଉପରେ ୱିଣ୍ଡଫଲ୍ ଟିକସକୁ ଟନ୍ ପିଛା ୧୭୦୦ ଟଙ୍କାରୁ ୨୧୦୦ ଟଙ୍କାକୁ ଏବଂ ଏଟିଏଫ୍ ଉପରେ ଲିଟର ପିଛା ୧.୫ ଟଙ୍କାରୁ ୪.୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ଡିଜେଲ ରପ୍ତାନୀ ଉପରେ ୱିଣ୍ଡ୍‌ଫଲ ଟିକସକୁ ଲିଟର ପିଛା ୫ ଟଙ୍କାରୁ ୬.୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଭୂତଳ ଏବଂ ସମୁଦ୍ର ଶଯ୍ୟାରୁ ଉତ୍ତୋଳନ କରାଯାଉଥିବା କ୍ରୁଡ୍‌କୁ ବିଶୋଧନ କରାଯାଇ ପେଟ୍ରୋଲ ଓ ଡିଜେଲରେ ପରିଶତ କରାଯାଇଥାଏ ।

ଆନ୍ତର୍ଜାତିକ ମାର୍କେଟରେ କ୍ରୁଡ୍ ଅଏଲ ମୂଲ୍ୟ କମିବାପରେ ଭାରତ ସରକାର ୨୦୨୨ ଡିସେମ୍ବର ୧୬ରେ ଟିକସ ପରିମାଣ ହ୍ରାସ କରିଥିଲେ । ବର୍ତ୍ତମାନ ଆନ୍ତର୍ଜାତିକ ମାର୍କେଟରେ ପୁଣି କ୍ରୁଡ୍ ଅଏଲ ମୂଲ୍ୟ ବୃଦ୍ଧି ଘଟିଥିବାରୁ ଭାରତ ସରକାର ପୁଣି ୱିଣ୍ଡ୍‌ଫଲ୍ ଟିକସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୨ ଜୁଲାଇରେ ସରକାର ପ୍ରଥମ ଥର ୱିଣ୍ଡ୍‌ଫଲ ଟିକସ ଲାଗୁ କରିଥିଲେ । ସେତେବେଳେ ପେଟ୍ରୋଲ ଓ ଏଟିଏଫ୍ ଉପରେ ବ୍ୟାରେଲ ପିଛା ୧୨ ଡଲାର (ଲିଟର ପିଛା ୬ ଟଙ୍କା) ଏବଂ ଡିଜେଲ ଉପରେ ଲିଟର ପିଛା ୧୩ ଟଙ୍କା ରପ୍ତାନି ଟିକସ ଲାଗୁ କରାଯାଇଥିଲା । ଘରୋଇ କ୍ଷେତ୍ରରେ ଉତ୍ପାଦିତ କ୍ରୁଡ୍ ଅଏଲ ଉପରେ ଟନ୍ ପିଛା ୨.୨୫୦ ଟଙ୍କା ୱିଣ୍ଡ୍‌ଫଲ ଟିକସ ମଧ୍ୟ ଲାଗୁ ହୋଇଥିଲା । ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ନାୟାରା ଏନର୍ଜି ଭଳି କମ୍ପାନୀ ମୁଖ୍ୟତଃଭାବେ ବିଦେଶକୁ ଇନ୍ଧନ ରପ୍ତାନୀ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking