20.1 C
Bhubaneswar
Thursday, January 16, 2025
Homeଓଡିଶାଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଷ୍ଟାଇପେଣ୍ଡ ବୃଦ୍ଧି

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଷ୍ଟାଇପେଣ୍ଡ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପରିମାଣକୁ ବୃଦ୍ଧି କରିଛନ୍ତି । ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡର ସୁବିଧା ପାଇବେ । ଆଜି ଏନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂଚନା ଅନୁସାରେ, ଦରଦାମ ବୃଦ୍ଧି ଓ ଦୈନନ୍ଦିନ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ ହଷ୍ଟେଲ ଅନ୍ତେବାସୀ ଓ ଡେ-ସ୍କଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରସିପ୍ ପରିମାଣକୁ ବୃଦ୍ଧି କରାଯାଇଛି । ୨୦୨୩-୨୪ ଆର୍ôଥକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ଲାଗୁ ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ସ୍କଲାରସିପ୍ ଅର୍ଥରେ ୧୦୦ଟଙ୍କା ବୃଦ୍ଧି କରାଯାଇଛି ।

ଅର୍ଥାତ ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରସିପ୍ ୧୦ମାସ ପର୍ଯ୍ୟନ୍ତ ମିଳିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଡେ-ସ୍କଲାର ଛାତ୍ରଛାତ୍ର(ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରସିପ୍ ମିଳିବ । ଏବେ ଏହା ପୁଅଙ୍କ ପାଇଁ ୧୮୦ଟଙ୍କା ଓ ଝିଅଙ୍କ ପାଇଁ ୨୪୦ଟଙ୍କା ରହିଛି । ମାତ୍ର ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ପୁଅ ଓ ଝିଅ ସମାନ ଭାବେ ୫୦୦ଟଙ୍କା ଷ୍ଟାଇପେଣ୍ଡ ପାଇବେ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ (ହଷ୍ଟେଲରେ ରହୁଥିବା)ଙ୍କ ସ୍କଲାରସିପ୍ ପରିମାଣରେ ୧୦୦ଟଙ୍କା ବୃଦ୍ଧି ହୋଇଛି । ହଷ୍ଟେଲରେ ରହୁଥିବା ପୁଅମାନେ ୧୦୫୦ଟଙ୍କା ଓ ଝିଅମାନେ ୧୧୦୦ଟଙ୍କା ପ୍ରତିମାସରେ ପାଇବେ ତଥା ଏହା ୧୦ମାସ ପର୍ଯ୍ୟନ୍ତ ସେମାନଙ୍କୁ ମିଳିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ବାର୍ଷିକ ସ୍କଲାରସିପ୍ ୫୦୦ଟଙ୍କା ଲେଖାଏଁ ମିଳିବ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଦେବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ହଷ୍ଟେଲରେ ରହୁଥିବା ଝିଅଙ୍କୁ ପକେଟ୍ ମନି( ସାନିଟାରୀ ନାପକିନ୍ ବାବଦରେ) ପାଇଁ ୫୦ଟଙ୍କା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking