ଭୁବନେଶ୍ୱର :ଯଦି ଆପଣମାନେ ମଧ୍ୟ ସବୁ ଜିନିଷ ଗୁଡ଼ିକୁ ଶୀଘ୍ର ହିଁ ଭୁଲି ଯାଉଛନ୍ତି ଓ ଆପଣଙ୍କ ସ୍ମରଣ ଶକ୍ତି କମ ହେବାରେ ଲାଗିଛି; ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ସ୍ମରଣ ଶକ୍ତି କମିବା ଏକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ଆପଣ ସ୍ମରଣ ଶକ୍ତି କମିବା ଦ୍ୱାରା ନିମ୍ନରେ ଦିଆଯାଇଥିବା ଛଅଟି ଉପାୟକୁ ନିଶ୍ଚିତ ଭାବରେ ଆପଣନ୍ତୁ । ଏହି ଉପାୟଗୁଡ଼ିକ ସାହାଯ୍ୟରେ ସ୍ମରଣ ଶକ୍ତି ଠିକ ଭାବରେ କାମ କରିବ ଏବଂ ମସ୍ତିଷ୍କ ମଧ୍ୟ ବହୁତ ଶୀଘ୍ର କାମ କରିବାକୁ ଲାଗିବ ।
ସ୍ମରଣ ଶକ୍ତି ବଢ଼େଇବା ପାଇଁ ଆପଣନ୍ତୁ ଏହି ସରଳ ଉପାୟ
ଲଗାନ୍ତୁ କେଶରେ ମେହେନ୍ଦୀ :
କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ସ୍ମରଣ ଶକ୍ତିକୁ ମଧ୍ୟ ବଢ଼ାଯାଇ ପାରିବ । ଆୟୁର୍ବେଦ ଅନୁସାରେ ମେହେନ୍ଦୀ ପତ୍ରରେ କର୍ଣ୍ଣଷିକ ନାମକ ତତ୍ତ୍ୱ ମିଳିଥାଏ, ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଯେବେ ଆପଣ ନିଜ ମୁଣ୍ଡରେ ମେହେନ୍ଦୀ ଲଗାନ୍ତି; ତେବେ ଏହାର ଭଲ ପରିଣାମ ମସ୍ତିଷ୍କ ଉପରେ ପଡିଥାଏ ଓ ମେହେନ୍ଦୀ ଲଗାଇବା ଦ୍ୱାରା ମସ୍ତିଷ୍କର ମାଂସପେଶୀ ଗୁଡ଼ିକ ସକ୍ରିୟ ହୋଇଥାଏ ।
କାଜୁ, ବାଦାମ, ପିସ୍ତା, ଅଖରୋଟ ଇତ୍ୟାଦିର ସେବନ କରନ୍ତୁ :
କାଜୁ, ପିସ୍ତା, ବାଦାମ ଏହି ଫଳ ଗୁଡ଼ିକ ବହୁତ ଲାଭଦାୟକ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ବୁଦ୍ଧି ପ୍ରଖର ଗତିରେ କାମ କରିବାକୁ ଲାଗେ । ସମସ୍ତ ପ୍ରକାର ଶୁଖିଲା ଫଳ ଗୁଡ଼ିକ ମଧ୍ୟରୁ ବାଦାମ ଓ ଅଖରୋଟକୁ ମସ୍ତିଷ୍କ ପାଇଁ ସବୁଠାରୁ ଲାଭଦାୟକ ବୋଲି ଗ୍ରହଣ କରାଯାଇଛି । କାରଣ ଏହା ଭିତରେ ଭିଟାମିନ-ଏ ଓ ଏଣ୍ଟିଆକ୍ସିଡେଣ୍ଟ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ ଓ ଏହା ସ୍ମରଣ ଶକ୍ତିକୁ ବଢାଇବା ପାଇଁ ମଧ୍ୟ ବହୁତ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ସବୁଦିନ ଅଖରୋଟ ଓ ବାଦାମର ସେବନ ନିଶ୍ଚୟ କରନ୍ତୁ । ଆପଣ ବାଦାମର ସେବନ କ୍ଷୀରରେ ମିଶାଇ ମଧ୍ୟ କରିପାରିବେ କିମ୍ବା ଏହାକୁ ଖାଲି ପେଟରେ ମଧ୍ୟ ଖାଇ ପାରିବେ । କିନ୍ତୁ ଆପଣ ଏହି କଥାଟିକୁ ଧ୍ୟାନ ରଖନ୍ତୁ ଯେ, ଗ୍ରୀଷ୍ମ ଋତୁରେ ଏହାକୁ ଅଧିକ ସେବନ କରନ୍ତୁ ନାହିଁ ଓ ଅଖରୋଟ ଏବଂ ବାଦାମକୁ ପାଣିରେ ଭିଜାଇ ରଖନ୍ତୁ ଓ ପରେ ଖାଆନ୍ତୁ ।
ସକାଳ ସମୟରେ ଭ୍ରମଣ କରିବା :
ସକାଳ ସମୟରେ କୌଣସି ପାର୍କ କିମ୍ବା କୌଣସି ଖୋଲା ସ୍ଥାନରେ ଭ୍ରମଣ କରିବା ଦ୍ୱାରା ମସ୍ତିଷ୍କ ଓ ଶରୀରକୁ ବହୁତଗୁଡ଼ିଏ ଲାଭ ମିଳିଥାଏ । ସକାଳୁ ଶୀଘ୍ର ଉଠି ବୁଲିବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ଏବଂ ସମସ୍ତ ପ୍ରକାର ଚିନ୍ତାରୁ ଆପଣଙ୍କୁ ମୁକ୍ତି ମଧ୍ୟ ମିଳେ । ଏଥିପାଇଁ ଆପଣ ସବୁଦିନ ସକାଳୁ ଉଠି ଖୋଲା ପବନରେ ଅତିକମରେ ୧୫ ମିନିଟ ପାଇଁ ନିହାତି ଭାବରେ ବୁଲିବା ଦରକାର ।
ଫଳ ଖାଆନ୍ତୁ :
ଫଳ ଭିତରେ କେତେ ପ୍ରକାର ଏଣ୍ଟିଅକ୍ସିଡେଣ୍ଟ ରହିଥାଏ ଓ ଏହି ଏଣ୍ଟିଅକ୍ସିଡେଣ୍ଟ ସାହାଯ୍ୟରେ ମସ୍ତିଷ୍କ ସବୁବେଳେ ବହୁତ ଶୀଘ୍ର କାମ କରେ । ଏହା ସହିତ ଏଥିରେ ଥିବା ଏଣ୍ଟିଅକ୍ସିଡେଣ୍ଟ ସ୍ମରଣ ଶକ୍ତି ବଢାଇବା ସହ ବହୁତ ଗୁଣକାରୀ ହୋଇଥାଏ । ଏଥିପାଇଁ ଆପଣ ଏଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଫଳଗୁଡିକ ଯେପରିକି ଡାଲିମ୍ବ, ଚେରୀ, ଓ ସେଓର ସେବନ ନିଶ୍ଚୟ କରନ୍ତୁ । ସବୁଦିନ ଏହି ଫଳ ଗୁଡ଼ିକର ସେବନ କରିବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ବଢ଼ିବାରେ ଲାଗିବ ।
ଗ୍ରୀନ-ଟି’ର ସେବନ କରନ୍ତୁ :
କେତେକ ଲୋକଙ୍କୁ ଚା’ ଏବଂ କଫି ପିଇବା ବହୁତ ପସନ୍ଦ ଅଟେ । କିନ୍ତୁ ଚା’ ଓ କଫି ମସ୍ତିଷ୍କ ପାଇଁ ଭଲ ନୁହେଁ ଓ ଏହାକୁ ପିଇବା ଦ୍ୱାରା ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିପାଇଁ ଆପଣ ଚା’ ଓ କଫି ବଦଳରେ ଗ୍ରୀନ=ଟି ପିଅନ୍ତୁ । କାରଣ ଗ୍ରୀନ-ଟି ପିଇବା ଦ୍ୱାରା ମସ୍ତିଷ୍କକୁ କୌଣସି ପ୍ରକାର କ୍ଷତି ସାଧନ ହୋଇ ନଥାଏ ।
ବ୍ୟାୟାମ କରନ୍ତୁ :
ବ୍ୟାୟାମ କରିବା ଶରୀର ଓ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ ଓ ଯେଉଁମାନେ ନିୟମିତ ଭାବରେ ଯୋଗ କରନ୍ତି; ତାଙ୍କର ମସ୍ତିଷ୍କ ସବୁବେଳେ ସୁସ୍ଥ ରହିଥାଏ ଓ ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୁଏ ନାହିଁ । ଏଥିପାଇଁ ଆପଣ ସବୁଦିନ ବ୍ୟାୟାମ ଅବଶ୍ୟ କରନ୍ତୁ ।