28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଷ୍କର ସିଂ ଧାମୀ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂ ଧାମୀ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଷ୍କର ସିଂ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ  ହେବ । ପୁଷ୍କର ସିଂ ଧାମୀ କୃମାଉଁ କ୍ଷେତ୍ରର ଖଟୀମା ବିଧାନସଭା କ୍ଷେତ୍ରର ଦୁଇ ଥର ବିଧାୟକ ରହିଛନ୍ତି । ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ବହୁତ ନିକଟତର ବୋଲି ମଧ୍ୟ ଜଣାଯାଏ । ଧାମୀ ପୂର୍ବ ସିଏମ ଭଗତ ସିଂହ କୋଶିୟାରୀଙ୍କ ଓଏସଡି ରହିଛନ୍ତି । ତାଙ୍କ ସଂଘ ସହ ବି ନିକଟତରତା ରହିଛି । ପୂର୍ବ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ପୁଷ୍କର ସିଂ  ଧାମୀଙ୍କ ନାମ ଘୋଷଣା କରିଛନ୍ତି । ସେ ତାଙ୍କୁ ମାଳ ପିନ୍ଧାଇ ସ୍ୱାଗତ କରିଛନ୍ତି । ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ବିଜେପି ବିଧାୟକ ଦଳର ବୈଠକ ହୋଇଥିଲା । ସିଏମ ତୀରଥ ସିଂ ରାବତ ଶୁକ୍ରବାର ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ । ନୂଆ ନେତା ନିର୍ବାଚନ ପାଇଁ ଡେରାଡୁନରେ ବିଜେପି ପାର୍ଟି ଦପ୍ତରରେ  ବିଧାୟକ ଦଳର ବୈଠକ ହୋଇଥିଲା । ଏଥିରେ ନୂଆ ନେତା ରୂପରେ ପୁଷ୍କର ସିଂହ ଧାମୀ ନିର୍ବାଚିତ ହୋଇଥିଲେ
ା ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସତପାଲ ମହାରାଜ, ଧନଖମ୍‌ଡ ସିଂହ, ପୂର୍ବ ସିଏମ ତ୍ରିବେନ୍ଦ୍ର ସିଂହ ରାବତ ଭଳି ଅନେକ ନେତା ଏହି ଦୌଡରେ ସାମିଲ ଥିଲେ । ବିଜେପି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବିଜେପି ମହାସଚିବ ଡି ପୁରନ୍ଦେଶ୍ୱରୀ ଙ୍କୁ ପର୍ଯ୍ୟବେକ୍ଷକ ବନାଇଥିଲା । ଏମାନଙ୍କ ସହିତ ପ୍ରଭାରୀ ଦୃଶ୍ୟନ୍ତ ଗୌତମ ଓ ସହ ପ୍ରଭାରୀ ରେଖା ବର୍ମା ବି ବୈଠକରେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking