19.1 C
Bhubaneswar
Saturday, January 4, 2025
Homeଓଡିଶାପୁସ୍ତକ ଷ୍ଟଲ୍ ଉଦ୍ଘାଟନ: ବ୍ୟାସନଗର ସାହିତ୍ୟ ସଂସଦ ତରଫରୁ ଆଲୋଚନା ଚକ୍ର

ପୁସ୍ତକ ଷ୍ଟଲ୍ ଉଦ୍ଘାଟନ: ବ୍ୟାସନଗର ସାହିତ୍ୟ ସଂସଦ ତରଫରୁ ଆଲୋଚନା ଚକ୍ର

ଯାଜପୁର : ନବମ ରାଜ୍ୟସ୍ଥରୀୟ କଳିଙ୍ଗନଗର ପୁସ୍ତକମେଳା ସଭାମଣ୍ଡପରେ ଦ୍ୱିତୀୟ ସନ୍ଧ୍ୟା ରେ ଗୁରୁ ରବି ଶଙ୍କର ଲିଖିତ ପୁସ୍ତକ ଷ୍ଟଲ୍ କୁ ଉଦ୍ଘାଟନ କରା ଯାଇଚି । କମିଟି ର ସଭାପତି ଆଇନ ଜୀବୀ ଵିଦ୍ୟା ଧର ମହାନ୍ତି ସଧାରଣ ସମ୍ପାଦକ ଡ କୁଶ ଚନ୍ଦ୍ର ପ୍ରଧାନ କାର‌୍ୟ୍ୟ କାରୀ ସଭପତି ଆଇନ ଜିବି ଵିବେକା ନନ୍ଦ ମହାନ୍ତି ପବିତ୍ର ରଜନ ମହାନ୍ତି ପ୍ରମୁକ୍ ଉପସ୍ଥିତ ଥିଲେ। ପରେ ବ୍ୟାସନଗର ସାହିତ୍ୟ ସଂସଦ ତରଫରୁ ନୂତନ ବର୍ଷ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କ ମାନସ ସନ୍ତାନ ବ୍ୟାସନଗର ସାହିତ୍ୟ ସଂସଦ ଆନୁକୂଲ୍ୟରେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ଼କ୍ଟର କୁଶଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱକ୍ଷ ଅବଧାନ ରେ ସଂସଦ ର ସଭାପତି ଅଧ୍ୟାପକ ଡ଼କ୍ଟର ପଦ୍ମଲୋଚନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ସାଧାରଣ ସମ୍ପାଦକ ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଅକ୍ଷୟ କୁମାର ପଣ୍ଡା ଅନୁଷ୍ଠାନର ଦୀର୍ଘ ୫୫ ବର୍ଷର କ୍ରମବିକାଶର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ମଧୁସୂଦନ ମହାପାତ୍ର ଅନୁଷ୍ଠାନର ବିକାଶ ରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ  । ଏଥିରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ବିଷୟରେ ବିଶଦ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ପଣ୍ଡିତ ଅରୂପାନନ୍ଦ କର ଶର୍ମା ବେଦପାଠ ସହ ନାଟ୍ୟକାର ବିକାଶ ଦାସ ଓ ସାଥିଙ୍କ ବନ୍ଦେ ଉତ୍କଳ ଜନନୀ ଗାନ ପରେ କାର‌୍ୟ୍ୟକ୍ରମର ଶୁଭରାମ୍ଭ କରାଯାଇ ଥିଲା । କବିତା ପାଠୋଉତ୍ସବରେ କବି ଅଶ୍ୱିନୀ କୁମାର ଦାସ, ନିତ୍ୟାନନ୍ଦ ଦାସ, ଅଧ୍ୟାପିକା ପଦ୍ମିନୀ ତ୍ରିପାଠୀ, ଧରିତ୍ରୀ ଦାସ, କୈଳାଶ ପାତ୍ର, ବେଳଲାସେନ ପତି, ନବଘନ ସ୍ୱାଇଁ, ଶ୍ରଦ୍ଧା ସୁମନ ପାଲ, ପ୍ରଭାତ କୁମାର ସାହୁ, କ୍ଷଣପ୍ରଭା ଧଳଙ୍କ ସମେତ ଶତାଧିକ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ । କଣ୍ଠଶିଳ୍ପୀ ଅକ୍ଷୟ କୁମାର ଦେଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ଅଜୟ କୁମାର ପଣ୍ଡା ଜ୍ଝକାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଆଇନଜୀବୀ ଶୁଭଦର୍ଶୀ ମଲ୍ଲ, ହୃଷିକେଶ ସାହୁ,ପ୍ରଶାନ୍ତ ପାତ୍ର, ଅଭିମନ୍ୟୁ ମିଶ୍ର, ଚନ୍ଦ୍ରମଣି ସାମଲ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking