25.8 C
Bhubaneswar
Saturday, July 27, 2024
Homeଓଡିଶାମାର୍ଚ୍ଚ ୧ରେ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ

ମାର୍ଚ୍ଚ ୧ରେ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ

ଭୁବନେଶ୍ୱର: ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ମାର୍ଚ୍ଚ ପହିଲାରେ ଲୋକାର୍ପଣ ହେବ । ଏନେଇ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ (ବିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପନ୍ଦର ଏକର ଜମି ଉପରେ ହେଉଥିବା ଏହି ବସ୍ ଟର୍ମିନାଲରେ ଦୈନିକ ୭୦୦ ରୁ ୮୦୦ ବସ୍ ଯାତାୟତ କରିବ । ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ । ଏଥିସହିତ ଦୈନିକ ୩୫ରୁ ୪୫ ହଜାର ଯାତ୍ରୀ ଯିବା ଆସିବା କରିବେ ।

ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକ ଅପ୍ ଆଣ୍ଡ ଡ୍ରପ୍ ଅଫ ସୁବିଧା, ୧୪୪ଟି ବସ୍ ବେ, ସିଟି ବସ୍ ପାଇଁ ବସ୍ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking