26.1 C
Bhubaneswar
Tuesday, September 29, 2026
Homeଦେଶ ବିଦେଶଏହି ଦେଶରେ ଜରୁରୀ ହୋଇଥାଏ ସେନାରେ କାମ କରିବା

ଏହି ଦେଶରେ ଜରୁରୀ ହୋଇଥାଏ ସେନାରେ କାମ କରିବା

ନୂଆଦିଲ୍ଲୀ: ଦୁନିଆରେ ଅନେକ ଗୁଡିଏ ଦେଶ ରହିଛି। ବୋଧହୁଏ ଏଭଳି କୌଣସି ଦେଶ ରହିଛି ଯାହାର ନିଜର କୌଣସି ି ସେନା ନାହିଁ। ପ୍ରାୟ ପ୍ରତି ଦେଶ ପାଖରେ ନିଜର ସେନା ରହିଛି। କୌଣସି ଦେଶର ନାଗରିକଙ୍କ ପାଇଁ ନିଜ ଦେଶର ସେନାରେ କାମ କରିବା ଗର୍ବର କଥା। ଭାରତରେ ମଧ୍ୟ ଅନେକ ଯବାନ ଭାରତୀୟ ସେନାରେ ନିଜର ସେବା ଦେଉଛନ୍ତି। ଉଲ୍ଲେଖନୀୟ ଯେ, ଦୁନିଆରେ ଏଭଳି ବହୁ ଦେଶ ଅଛି, ଯେଉଁଠି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସେନାରେ କାମ କରିବା ଜରୁରୀ। ବହୁ ଦେଶରେ ବଳପୂର୍ବକ ସେଠାର ନାଗରିକଙ୍କୁ ସେନାରେ ଭର୍ତ୍ତି କରାଯାଏ। ତେଣୁ ଆସନ୍ତୁ ଜାଣିବା ଏହି ସବୁ ଦେଶ ବିଷୟରେ। ଦୁନିଆରେ ଏଭଳି ବହୁ ଦେଶ ରହିଛି, ଯେଉଁଠି ସବୁ ନାଗରିକଙ୍କୁ ସେନାରେ ଭର୍ତ୍ତି ହେବା ଜରୁରୀ। ଏହାକୁ ବାଧ୍ୟତାମୂଳକ ସାମରିକ ସେବା କୁହାଯାଏ। ସେଠାରେ ସବୁ ନାଗରିକଙ୍କୁ ନିଜ ଦେଶ ପାଇଁ ସେନାରେ ଆଇନଗତ ଭାବରେ କାମ କରିବାକୁ ପଡିଥାଏ। ସ୍ୱାଭାବିକ ଭାବରେ ଯେଉଁ ଦେଶରେ ଜନସଂଖ୍ୟା କମ୍ ଥାଏ ସେହି ଦେଶର ଏଭଳି କରାଯାଇଥାଏ। ଇସ୍ରାଏଲର ଆଇନ ଅନୁସାରେ, ପୁରୁଷଙ୍କୁ ମୋଟ ୩୨ ମାସ ସେନାରେ ସର୍ଭିସ ଦେବାକୁ ପଡିଥାଏ। ସେଠାର ମହିଳାଙ୍କୁ ୨୪ ମାସ ସର୍ଭିସ ଦେବାକୁ ପଡିଥାଏ।

ଏହା ଦୁନିଆର ଏକମାତ୍ର ଏଭଳି ଦେଶ, ଯେଉଁଠି ମହିଳାଙ୍କ ପାଇଁ ମଧ୍ୟ ସାମରିକ ସେବା ବାଧ୍ୟତାମୂଳକ। ଦକ୍ଷିଣ କୋରିଆରେ ମଧ୍ୟ ସେଠାର ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ପଡିଥାଏ। ୧୮ ରୁ ୨୧ ମାସ ପର୍ଯ୍ୟନ୍ତ ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ପଡିଥାଏ। ତେବେ ଯେଉଁ ଲୋକ ଅଲିମ୍ପିକ୍ସ ଓ ଏସିଆନ୍ ଗେମ୍ସରେ ପଦକ ଜିତିଛନ୍ତି କିମ୍ବା ଶାରିରୀକ ଅକ୍ଷମ ତାଙ୍କୁ ଏଥିରୁ ବାଦ୍ ଦିଆଯାଇଥାଏ। ଇରାନରେ ମଧ୍ୟ ବାଧ୍ୟତାମୂଳକ ସାମରିକ ସେବା ଲାଗୁ ହେବ। ସେଠାରେ ମଧ୍ୟ ୧୮ ବର୍ଷର ନାଗରିକଙ୍କୁ ସେନାରେ ଭର୍ତ୍ତି ହେବାକୁ ପଡିଥାଏ। କିନ୍ତୁ ଯେଉଁମାନେ ପାଠପଢନ୍ତି ତାଙ୍କୁ ସେନାରେ ନିଜର ସେବା ଦେବା ପାଇଁ କିଛି ସମୟ ଦିଆଯାଏ। ତେବେ ଅତି କମ୍‌ରେ ୨୪ ମାସ ପର୍ଯ୍ୟନ୍ତ ସେନାରେ ସେବା ଦେବାକୁ ହେବ। ଏଠାରେ ମଧ୍ୟ ଶାରିରୀକ ଓ ମାନସିକ ରୂପରେ ସକ୍ଷମ ଲୋକଙ୍କୁ ଛାଡ ମିଳିଥାଏ। ଏହାଛଡା ଯଦି କଥା ହେବା ତେବେ ଉତ୍ତର କୋରିଆରେ ମଧ୍ୟ ବାଧ୍ୟତାମୂଳକ ସାମରିକ ସେବା ଲାଗୁ ହୋଇଥାଏ। ମେକ୍ସିକୋରେ ମଧ୍ୟ ସେଠାର ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ଜରୁରୀ। ସିଙ୍ଗାପୁର,ସ୍ୱିଜରଲାଣ୍ଡ, ଥାଇଲାଣ୍ଡ, ତୁର୍କୀ, ୟୁଏଇ ଏବଂ ନରୱେ ଭଳି ଦେଶରେ ମଧ୍ୟ ସେଠାର ନାଗରିକଙ୍କୁ ବାଧ୍ୟତାମୂଳକ ଭାବରେ ସାମରିକ ସେବା ଦେବାକୁ ପଡିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking