29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ, ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ

ଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ, ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ

ବ୍ୟୁରୋ : ଜହ୍ନ ରାଇଜକୁ ଆଉ ପାଦେ ଦୂର। ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ। ଡି-ବୁଷ୍ଟିଂ ପରେ ଚନ୍ଦ୍ରର ଆଉ ଏକ ନିମ୍ନ କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏଣିକି ଧିମା ହେବ ଚନ୍ଦ୍ରଯାନର ଗତି। ଏବେ ଚନ୍ଦ୍ରର ୧୧୩ ଗୁଣନ ୧୫୭ କିଲୋମିଟର କକ୍ଷପଥକୁ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଉ ଏକ ଡିଅର୍ବିଟିଂ ମାନ୍ୟୁଭର ଆଜି ରାତି ୮ଟା ବେଳେ ସମ୍ପାଦନ କରିବ ଇସ୍ରୋ। ଏହା ପରେ ଚନ୍ଦ୍ରଯାନର ବେଗ ଆହୁରି ହ୍ରାସ ପାଇବ। ତା ପରେ ଲ୍ୟାଣ୍ଡିଂ ପାଇଁ ଆରମ୍ଭ ହେବ ପ୍ରକ୍ରିୟା।
ଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ, ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ | ଗତ ଜୁଲାଇ ୧୪ରେ ଶ୍ରୀହରିକୋଟା ସତିଶ ଧାୱନ ସ୍ପେସ ସେଣ୍ଟରରୁ ଏଲଭିଏମ୍3 ରକେଟ ଦ୍ବାରା ଅନ୍ତରୀକ୍ଷକୁ ଯାତ୍ରା କରିଥିଲା ଚନ୍ଦ୍ରଯାନ-୩ । ଚନ୍ଦ୍ର କକ୍ଷପଥରେ ଅଗଷ୍ଟ ୫ରେ ପ୍ରବେଶ କରିଥିଲା। ଅଗଷ୍ଟ ୧୭ ତାରିଖରେ ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର। ପ୍ରପଲସନ ମଡ୍ୟୁଲ ଏବେ ଯେଉଁ କକ୍ଷପଥରେ ରହିଛି ସେଇଠି ରହି ମାସମାସ ଏବଂ ବର୍ଷ ବର୍ଷ ଧରି ଗବେଷଣା ତଥ୍ୟ ସଂଗ୍ରହ କରିବ। ଏପଟେ ଆଉ ଏକ ଡି ଅର୍ବିଟିଂ ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ ପ୍ରସତୁତ ହେବ ଲ୍ୟାଣ୍ଡର ବିକ୍ରମ । ସବୁ କିଛି ଠିକ ଠାକ ରହିଲେ ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର। ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ଇସ୍ରୋ। ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking