24.1 C
Bhubaneswar
Thursday, January 16, 2025
Homeଓଡିଶାଯାଜପୁରବ୍ୟାସନଗର ପୋୖରନିର୍ବାଚନରେ ନବୀନ ବାବୁ ନାମ କୁ ଆଧାର କରି ସହର ବାସି ବିଜେଡ଼ି କୁ...

ବ୍ୟାସନଗର ପୋୖରନିର୍ବାଚନରେ ନବୀନ ବାବୁ ନାମ କୁ ଆଧାର କରି ସହର ବାସି ବିଜେଡ଼ି କୁ ଭୋଟ ଦେଲେ

ଯାଜପୁର: ବ୍ୟାସନଗର ନିର୍ବାଚନରେ ବିଜେଡି ବାଜିମାତ ମାରିଥିଲେ ମଧ୍ୟ ଆଶାତୀତ ଭାବରେ ସଫଳତା ପାଇପାରିନଥିବା ସହରରେ ଚର୍ଚ୍ଚା ହେଉଛି।ଭୋଟର ମାନେ ନବୀନ ବାବୁ ନାମ କୁ ପାଥେୟ କରି ବିଜେଡ଼ି ଅଧକ୍ଷା ପ୍ରାର୍ଥୀନି ସଂଗୀତା ପିଙ୍ଗୁଆ କୁ ଭୋଟ ଦେଲ କ୍ଷ ସହର ବିକାଶ ପାଇଁ ନବୀନ ବାବୁ ଙ୍କ ଯୋଜନା ଭୋଟର ମାନଂକୁ ଛୁଇଁ ଥିଲା ତେଣୁ ଶଙ୍ଖ ଚିହ୍ନ ରେ ସହର ବାସି ଦଳ ରୁ ଉର୍ଦ୍ଧ ରହି ବିଜେଡ଼ି ଅଧକ୍ଷା ପ୍ରାର୍ଥୀନୀ କୁ ଭୋଟ ଓଜାଡ଼ି ଦେଲ କ୍ଷ ଶେଷ ମୁହୂର୍ତ ରେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ଗୋଟି ଚାଳନା ଓ କୋଉ ସଳ ଆଗରେ ବିରୋଧୀ ଦଳ ଘାଇଲା ହୋଇ ଗଲା ଡ଼ଃ ଘଡେଇ ଙ୍କ ପ୍ରଭାବ ଭୋଟର ଙ୍କ ଉପରେ ପ୍ରଭାବ ପଡିଲା ଯାହା ଫଳରେ ବିଜେଡ଼ି ଦଳ ଅଧକ୍ଷା ଙ୍କ ପାଲା ଭାରି ହେଲା ବହୁ ଭୋଟ ଵେବଧାନ ବିଜେଡ଼ି ଅଧକ୍ଷା ବିଜୟ ହେବା ସଂଗେ ୧୫ଜଣ କାଉନସିଲ ଙ୍କ ବିଜୟ ହେଲେ କ୍ଷ ଏହି ପୌର ପରିଷଦ ବିଜେଡ଼ି ହାତେଇଲା କ୍ଷ ଏହି ପୌର ପରିଷଦ ବିଜୟ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ବାବୁ ଓ ପୃର୍ବ ତନ ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଶ୍ରେୟ ବୋଲି ସହର ରେ ଚର୍ଚ୍ଚା ଚାଲିଛି କ୍ଷ ବିଧାୟକ ଙ୍କ ବିଜୟ ପଛରେ କଣିକା ଟିଏ ଦାନ ନାହିଁ ବୋଲି ସହର ହାଟ ଯାଇ ଦଣ୍ଡ ରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପଲିଟିଚି କ୍ଷ ବହୁ ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ଶାସକ ବିଜେଡି ୧୫ଟି କାଉନସିଲର ପଦବୀ ହାତେଇଥିବା ବେଳେ ଅଧ୍ୟକ୍ଷା ପଦବିଟି ବିଜେଡି ହାସଲ କରିଛିବୋଲି ବିରୋଧୀ ଦଳ ଗୁଡିକ କହିଛନ୍ତି କ୍ଷ ପୋୖର ପରିଷଦର ୨୬,୩୩୮ଭୋଟର ମତଦାନ କରିଥିଲେ ସେଥିମଧ୍ୟରୁ ବିଜେଡି ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ୧୫,୭୨୦ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସ ୫,୯୮୭ଖଣ୍ଡ ଭୋଟ ପାଇ ଦୁତୀୟ ସ୍ଥାନରେ ରହିଛି ଓ ୪,୧୯୪ ଖଣ୍ଡ ଭୋଟପାଇ ବିଜେପି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି। କଂଗ୍ରେସ ଠାରୁ ୯,୭୩୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ବିଜୟଲାଭ କରିଛି। ବାହୁବକ ଓ ଅର୍ଥବଳ ଯୋଗୁଁ ବିଜେଡିର ଏହି ବିଜୟ ହୋଇଛିବୋଲି କଂଗ୍ରେସ କହିଛି।କଂଗ୍ରେସକୁ ବିନା ଅର୍ଥ ଓ ବହୁବଳରେ ଯେତିକି ସଫଳତା ମିଳିଛି ଏହା କଂଗ୍ରେସ ପାଇଁ ଶୁଭଙ୍କର ବୋଲି ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସହରରେ ବିଜେପିର ଭୋଟ ଥିବାବେଳେ ଦଳୀୟ ନେତୃବୃନ୍ଦ ଓ କର୍ମୀ ଭୋଟରଙ୍କ ନିକଟତର ହୋଇ ପାରିନଥିବାରୁ ଯାହାଫଳରେ ଦଳକୁ ତୃତୀୟ ସ୍ଥାନରେ ରହିବାକୁ ପଡିଲା କ୍ଷ ପୋୖର ପରିଷଦର ୨୬ଟି କାଉନସିଲର ମଧ୍ୟରୁ ବିଜେଡି ୧୫,,କଂଗ୍ରେ ୫,ବିଜେପି ୩ ଓ ସ୍ୱାଧୀନ ୩ ଜଣ କାଉନସିଲର ଆସନ ଦଖଲ କରିଛନ୍ତି।ନିର୍ବାଚନରେ ବିଜେଡିର ଅସନ୍ତୁଷ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇଥିବରୁବିଜେଡ଼ି କାଉନସିଲରଙ୍କ ପ୍ରାର୍ଥୀ ମଧ୍ୟରେ ଟକ୍କର ହେବା କୁ ପଡିଥିଲା କ୍ଷ କେତକ ବିଜେଡ଼ି ଦଳ ର ନେତା ପରୋକ୍ଷ ରେ ଦଳୀୟ କାଉନସିଲ ପ୍ରାର୍ଥୀ ମାନଂକୁ ହରାଇବା ପାଇଁ ଚେଷ୍ଟା ଚଳାଇ ସଫଳ ମଧ୍ୟ ହେଲେ କ୍ଷ ଏହା ନିର୍ବାଚନ ପୂର୍ବ ରୁ ଜଳ ଜଳ ହୋଇ ଦେଖା ଯାଉ ଥିଲା ବିଧାୟକ ଜାଣି ଶୁଣି ନିରବ ରହିବା ତାହା ପ୍ରଶ୍ନ ବକ୍ଷଚି ସୃଷ୍ଟି କରିଛିକ୍ଷ ବିଜୟୀ ଅଧ୍ୟକ୍ଷାଙ୍କ ବିଜୟ ଉତ୍ସଵବିଜେଡ଼ି ପାଳନ କରାଯାଇ ନ ଥିଲା ବେଳ ନିର୍ବାଚିତ କାଉନସିଲର ମାନେ ସେମାନଙ୍କ ନିଜ ୱାର୍ଡରେ ବିଜୟ ଉତ୍ସଵକୁ ବାଣ ଫୁଟାଇ ପାଳନ କରିଛନ୍ତି।ଉପନଗରପାଳପାଦ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି , ବିଜେଡି ଦଳ ମଧ୍ୟରେ ମୄଦୁ ଗୁଂଜରନ ସୃଷ୍ଟି ହୋଇ ପାଦ କୁ ଆସିଲାଣି କ୍ଷ ବିଧାୟକ କା ମୁଣ୍ଡ ସୁନା କଳସ ଢ଼ାଲିବେ ଦେଖି ବାର ବାକି ରହିଛି କ୍ଷ ବିଜେଡି ମଧ୍ୟରେ ପଦବୀକୁ ନେଇ ଟକ୍କର ହେବବୋଲି ସୂଚନା ମିଳିଛି। ଉପନଗରପାଳ ପଦବୀପାଇଁ ଆଶାହୀ ମାନେ ଗୋପନ ରେ କଂଗ୍ରେସ, ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କସହ ଯୋଗ ସୄତ୍ର କରୁ ଥିବା ର ଖବର ମିଳୁଛି କ୍ଷ ।ବ୍ୟାସନଗର ପୋୖର ପରିଷଦରେ ବିଜେଡିର ବିଜୟ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନପାଇଁ ହୋଇଛି କ୍ଷ ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଓ ସହର ଜନ ସାଧାରଣ ମାନଂକୁ ବିଜୟୀ ଅଧକ୍ଷା ଧନ୍ୟବାଦ ଜଣାଇ ଛନ୍ତି କ୍ଷ ଅନ୍ୟପକ୍ଷରେ କୋରେଇ ବିଧାୟକଙ୍କ ନିର୍ବାଚନ ପରିଚାଳନାଗତ ଅପାରଗତା ଯୋଗୁଁ ବିଜେଡିର କାଉନସିଲର ପ୍ରାର୍ଥୀ ମାନେ ଦଳୀୟ ଟିକେଟ ନେଇ ପରାଜୟ ବରଣ କରିଥିବା ପ୍ରାର୍ଥୀମାନେ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking