27.1 C
Bhubaneswar
Saturday, July 27, 2024
Homeଓଡିଶାଶିମିଳିପାଳରେ ଶୀତ ବଢିଲା, ଦିନକରେ ତାପମାତ୍ରା ୧୦ଡିଗ୍ରୀ ଖସିଲା

ଶିମିଳିପାଳରେ ଶୀତ ବଢିଲା, ଦିନକରେ ତାପମାତ୍ରା ୧୦ଡିଗ୍ରୀ ଖସିଲା

କରଞ୍ଜିଆ: ଅଦିନିଆ ବର୍ଷା ଛାଡିବା ପରେ ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ତଳ ମୁହାଁ ହେଉଛି ପାରଦ । ପାରଦ ଯେତିକି ଖସୁଛି ସେତିକି ବଢୁଛି ଶୀତ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଯଶିପୁର, ଶୁକୃଳି, ରରୁଆଁ, ଠାକୁରମୁଣ୍ଡା ଓ କରଞ୍ଜିଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଉଛି । ଶିମିଳିପାଳରେ ମଧ୍ୟ ଶୀତର ପ୍ରକୋପ ଦେଖାଦେଲାଣି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ସ୍ଥାନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ଗତକାଲି ଉପରୋକ୍ତ ଅଞ୍ଚଳରେ ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିଲା ।

ରବିବାର ଶିମିଳିପାଳ ଅଭୟାରଣ୍ୟ ଚହଲା ଏବଂ ଉପର ବାରାକାମୁଡାରେ ତାପମାତ୍ରା ସର୍ବନିମ୍ନ ୬ ଡିଗ୍ରୀ ରେକର୍ଡ କରାଯାଇଛି । ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ କିଛି କିଛି ସ୍ଥାନରେ ରାସ୍ତା ଘାଟ ଶୂନସାନ ହେଇଯାଉଛି । ଶୀତ ଋତୁରେ ଶୀତ ବସ୍ତ୍ର ବିକ୍ରି କରିବାକୁ କରଞ୍ଜିଆ ସହରକୁ ରାଜ୍ୟ ତଥା ନେପାଳରୁ ବେପାରୀଙ୍କ ସୁଅ ଛୁଟିଛି । ଏବେ ଶୀତ ବସ୍ତ୍ର ଦୋକାନରେ ଲାଗିଲାନି ଭିଡ଼ । ଶୀତୁଆ ସକାଳରେ ଚା’ ଖଟି ରେ ଲାଗିଛି ଭିଡ଼ । ଚା’ ପିଇ ଲୋକମାନେ ଶୀତର ଅନୁଭୂତ ନେଉଛନ୍ତି । ଆଗକୁ ଶୀତ ଆହୁରି ବଢିବ ବୋଲି ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking