ମୁମ୍ବାଇ: ନ୍ୟୁଜିଲାଣ୍ଡରେ ଚାଲିଲା ମିଷ୍ଟର ୩୬୦ଙ୍କ ଜଲଓ୍ୱା । ୨ୟ ଟି-୨୦ ମ୍ୟାଚ୍ରେ ହାସଲ କଲେ ଶତକ । ନିଜ କ୍ୟାରିୟରର ୨ୟ ଟି-୨୦ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ।
ଭାରତୀୟ ଟିମ୍ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ସେଠାରେ ଟି-୨୦ ସିରିଜ୍ର ଆରମ୍ଭ ମଧ୍ୟ ହୋଇଛି । ହେଲେ ବର୍ଷା ଲାଗି ପ୍ରଥମ ମ୍ୟାଚ୍ ଧୋଇଯାଇଥିଲା । ଯାହାଫଳରେ ରବିବାର ବେ ଓଭାଲ ଗ୍ରାଉଣ୍ଡ୍ରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ମ୍ୟାଚ୍ରେ ଆରମ୍ଭ ହୋଇଥିଲା ରନ୍ ବର୍ଷା । ଖାସ୍ କରି ସୂର୍ଯ୍ୟକୁମାରଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଥିଲା ଚୌକା ଓ ଛକ୍କାର ବର୍ଷା । ୪୯ ବଲ୍ରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର । ନିଜର ଟି-୨୦ କ୍ୟାରିୟରରେ ୨ୟ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର । ଏଥିରେ ୭ଟି ଚୌକା ଏବଂ ୧୧ଟି ଚୌକା ସାମିଲ ରହିଛି ।
ପ୍ରଥମ ଇନିଂସ ଶେଷ ସୁଦ୍ଧା ସୂର୍ଯ୍ୟକୁମାର ଯାଦବ ମୋଟ ୫୧ ବଲ୍ରୁ ୧୧୧ ରନ୍ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଧୁଆଁଧାର ଶତକୀୟ ପାରି ଖେଳିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୫୫ ବଲ୍ରୁ ଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ ।
A fantastic 💯 for @surya_14kumar off 49 deliveries. 💪👏🔥#NZvIND pic.twitter.com/BgscaMb9iU
— BCCI (@BCCI) November 20, 2022