ରାଜକୋଟ: ଗୁଜରାଟରେ ବର୍ତ୍ତମାନ କାଗ୍ଜି ଲେମ୍ବୁ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ପୂର୍ବରୁ କିଲୋ ପିଛା ୫୦ରୁ ୬୦ ଟଙ୍କାରେ ମିଳୁଥିବା ଲେମ୍ବୁ ବର୍ତ୍ତମାନ କିଲୋ ପିଛା ୨୦୦ ଟଙ୍କା ଟପିଲାଣି । ନିଅଣ୍ଟିଆ ଯୋଗାଣ ବ୍ୟବସ୍ଥା ଯୋଗୁଁ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି ବୋଲି ବ୍ୟବସାୟୀ ମହଲରୁ ଜଣାପଡିଛି । ସଂପ୍ରତି ଗ୍ରୀଷ୍ମକାଳରେ ଲୋକେ ଅଧିକ ପରିମାଣରେ ଲେମ୍ବୁ ସରବତ୍ ପିଇବାକୁ ପସନ୍ଦ କରୁଥିବାବେଳେ ରୋଗୀ ଓ ବୟସ୍କଙ୍କ ପାଇଁ ମଧ୍ୟ ଏହା ଅପରିହାର୍ଯ୍ୟ ହୋଇପଡିଛି । ସାଧାରଣତଃ ଅନ୍ୟ ପନିପରିବା ତୁଳନାରେ ଲେମ୍ବୁର ମୂଲ୍ୟ ଯଥେଷ୍ଟ କମ ରହିଥାଏ । ତେବେ ଏଭଳି ଅସ୍ୱାଭାବିକ ମୂଲ୍ୟବୃଦ୍ଧି ଯୋଗୁୁଁ ଗୁଜରାଟ ବାସିନ୍ଦା ଚିନ୍ତାରେ ପଡିଯାଇଛନ୍ତି । ଏପରିକି ସପ୍ତାହକୁ କିଲେ ଲେମ୍ବୁ କିଣୁଥିବା ଲୋକେ ବର୍ତ୍ତମାନ ୨୫୦ ଗ୍ରାମରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି ।